ସୋରଭା କାନାରା ଶାଖା ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ,ମହିଳା ସମାବେଶ ଓ ସଚେତନତା ।
ଗୋପ ୨୯/୦୭/(ମୃତ୍ଯୃଞୀୟ ମହାପାତ୍ର)ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତ ଠାରେ ଥିବା କାନାରା ବ୍ୟାଙ୍କ ଶାଖା ପରିଚାଳକ ଅଭୟ କୁମାର ଦାସ ଙ୍କ ନେତୃତ୍ବରେ ଏକ ଗ୍ରାମପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ,ମହିଳା ସମାବେଶ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କାନାରା ବ୍ୟାଙ୍କ ବାଙ୍ଗାଲୋର ମୁଖ୍ୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଶ୍ରୀ ଧନଞ୍ଜୟ ପାଣ୍ଡେ , ମହାପ୍ରବନ୍ଧକ ଭୁବନେଶ୍ୱରର ଶ୍ରୀ ସୁମନ ଚକ୍ରବର୍ତ୍ତୀ , ଆଞ୍ଚଳିକ ମୁଖ୍ୟ ଓ ଉପ ମହାପ୍ରବନ୍ଧକ ଶ୍ରୀ ଶରତ ଚନ୍ଦ୍ର ଭୋଇ , ମୁଖ୍ୟ ପ୍ରବନ୍ଧକ ଶ୍ରୀ ସନ୍ତୋଷ କୁମାର ଦାସ , ଧୁମାଳ ଶାଖା ପରିଚାଳକ କୃତିଦାସ ଓଝା ଓ ଭୁବନେଶ୍ୱର ର ସହାୟକ ପ୍ରବନ୍ଧକ ଅପର୍ତ୍ତି ପ୍ରିୟ ଦର୍ଶିନି , ସହକାରୀ ପ୍ରବନ୍ଧକ ଅମରେନ୍ଦ୍ର ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଓ ମହିଳା ସମାବେଶ କାର୍ଯ୍ୟକ୍ରମ ରେ ସୋରଭା ପଞ୍ଚାୟତରୁ ଶତାଧିକ ମହିଳା ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା ରେ ଖାତା ଖୋଲିବା , ପ୍ରଧାନ ମନ୍ତ୍ରୀ ସୁରକ୍ଷା ଯୋଜନା , ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ଯୋଜନା ପ୍ରମୁଖ ଯୋଜନା ସହିତ କେୱାଇସି କରିବା ପାଇଁ ଉପସ୍ଥିତ ଥିବା ମହିଳା ମାନଙ୍କୁ ବୁଝାଇ ଥିଲେ । ବର୍ଷକୁ ୨୦ ଟଙ୍କା ଦେଇ ସୁରକ୍ଷା ବୀମା କରି ଉକ୍ତ ପଞ୍ଚାୟତର ସ୍ୱର୍ଗତ କୁନିଲତା ବେହେରା ଙ୍କ ସ୍ୱାମୀ ୨ ଲକ୍ଷ ଟଙ୍କାର ଚେକ ପାଇଥିବା ବେଳେ ପ୍ରିୟତମା ସାହୁ ଙ୍କ ସ୍ୱାମୀ ମୃତ୍ୟୁ ଉପରେ ୨ ଲକ୍ଷ ଟଙ୍କାର ଚେକ ମୁଖ୍ୟ ଅତିଥି ଠାରୁ ପାଇଥିଲେ । କେନ୍ଦ୍ର ସରକାରଙ୍କ ଜନ ଧନ ଯୋଜନାର ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ପଞ୍ଚାୟତ ବାସୀଙ୍କୁ ଯୋଜନା ର ବିଷୟରେ ବୁଝାଇ କହିବା ସହିତ ଜମା ଖାତା ଖୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ର ଫାଇଦା ଉଠାଇବା ପାଇଁ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗୋପ ବ୍ଲକ ମହିଳା ସାଂସଦ ପ୍ରତିନିଧି ରାଜଲଷ୍ମୀ ଦାଶ ସହିତ ପଞ୍ଚାୟତର ଥିବା ମିଶନ ଶକ୍ତିର ଏବିକେ ,ସିଆରପି ,ସମସ୍ତ ମହିଳା ଗୋଷ୍ଠୀ ର ମହିଳା ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସୋରଭା ଶାଖାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ୱତନ୍ତ୍ର କଳାକାରଙ୍କ ଦ୍ଵାରା କିୟାଶୀ ଉପରେ ଏକ ସଚେତନତା ନାଟକ ପରିବେଷଣ କରିଥିଲେ ।
