ରାଜ୍ୟସଭା ଆସୁ୍ରାନ୍ସ କମିଟି ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
ରାଜ୍ୟସଭା ଆସୁ୍ରାନ୍ସ କମିଟି ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
କୋଣାର୍କ:୩୦/୮ଶନିବାର ଅପରାହ୍ଣ ରେ ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂ ଙ୍କ ନେତୃତ୍ୱରେ ରାଜ୍ୟସଭା ଆସୁ୍ରାନ୍ସ କମିଟି ର ଅଧକ୍ଷ ଙ୍କ ସମେତ ଦୁଇଶହ ରୁ ଉର୍ଦ୍ଧ୍ବ କେନ୍ଦ୍ର ସରକାର ଙ୍କ ଜାତି ଜନଜାତି କମିଟି ଗୁଡିକ ର ଅଧକ୍ଷ ,ଅଧକ୍ଷା, ସଂସଦୀୟ କମିଟି ର ଅଧକ୍ଷ ସଦସ୍ୟ ଗଣ ତଥା ରାଜ୍ୟ ସଭା ଓ ଲୋକ ସଭାର ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟପ୍ରତିନିଧି ମଣ୍ଡଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ଆସି ପ୍ରଥମେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବାଖ୍ୟାନ କେନ୍ଦ୍ର ନିକଟରେ ପହଞ୍ଚିଥିଲେ ।

ପୂର୍ବରୁ ପ୍ରସ୍ତୁତି ହୋଇ ରହିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ପଥପ୍ରାନ୍ତ ପାରମ୍ପରିକ ସମ୍ବଲପୁରୀ,ଗୋଟିପୁଅ, ଓଡିଶୀ ନୃତ୍ୟ ଓ ଘୋଡାନାଚ ରେ ଅତିଥି ଙ୍କୁ ଭବ୍ୟସ୍ୱାଗତ ଜଣାଇବା ସହିତ ପୁରୀ ଉପ ଜିଲ୍ଲାପାଳ ରାଜକିଶୋର ନାୟକ,ଅତିରିକ୍ତ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଏସପି ସୌମ୍ୟରଂଜନ ମଲ୍ଲିକ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଇ ବାଖ୍ୟାନ କେନ୍ଦ୍ର ମଧ୍ୟ କୁ ପାଛୋଟି ନେଇଥିଲେ ।ଅନ୍ୟମାନଙ୍କ ମଧ୍ୟ ରେ ଏସଆଇ ପୁରୀ ସର୍କଲ୍ ଅଧିକାରୀ ଡି.ବି ଗଡ଼ନାୟକ, ତହସିଲଦାର ଅନିଲ୍ କୁମାର ମହାନ୍ତି, ପର୍ଯ୍ଯଟନ ଅଧିକାରୀ ଅମୟା କୁମାର ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ଥାନା ଅଧିକାରୀ ପୁର୍ଣ ଚନ୍ଦ୍ର ସେଠୀ,ଲୋଟସ ଗ୍ରୁପ ର ପରିଚାଳକ ଭାରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।ବାଖ୍ୟାନ କେନ୍ଦ୍ର ବୁଲି ଦେଖିବା ପରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ଯାଇଥିଲେ ।ସୂର୍ଯ୍ୟମନ୍ଦିର କଳା ଭାସ୍କର୍ଯ୍ୟ ସ୍ଥାପତ୍ୟ ବୁଲି ଦେଖି ସେମାନେ ବିମୋହିତ ହେବା ସହ ଓଡିଶା ର କୀର୍ତ୍ତିରାଜି କୁ ନେଇ ଖୁବ ପ୍ରସଂଶା କରିଥିଲେ ।ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିର ରେ ପ୍ରଶିକ୍ଷିତ ଅଭିଜ୍ଞ ଯୁବ ଗାଇଡି ପ୍ରଦୀପ୍ତ କୁମାର ମଲ୍ଲ କୋଣାର୍କ ସୂର୍ଯ୍ୟ ମନ୍ଦିର କଳା ସ୍ଥାପତ୍ୟ, କାରୁକାର୍ଯ୍ୟ, ସଂସ୍କୃତି ସହିତ ଐତିହାସିକ ଓ ପୌରାଣିକ ତଥ୍ୟ ଉପରେ ସେମାନଙ୍କୁ ଟିକିନିଖି ଭାବେ ବୁଝାଇ ବୁଲାଇ ଦେଖାଇଥିଲେ ।ପୁରୀ ଜିଲ୍ଲା ପ୍ରସାଶନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ପରେ ସମସ୍ତ ଅତିଥିମାନେ ପୁରୀ ଜଗନ୍ନାଥଙ୍କ ଙ୍କ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଗ୍ରସ୍ତ କରିଥିଲେ ।
