କୋଣାର୍କ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
କୋଣାର୍କ ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
- ନୂତନ କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନ
- ପୋଷାକ ଓ ଫଳ ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ
କୋଣାର୍କ,୩୧.୦୮(ଜ୍ଞାନ ରଞ୍ଜନ ବିଶ୍ଵାଳ)- ଅଗଷ୍ଟ ମାସ ୩୧ତାରିଖରେ ସାରା ଦେଶରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ କୋଣାର୍କ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ ରୁ ପ୍ରଭାତ ଫେରି ଓ ରାମଧୁନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥି ସହିତ ଏନଏସି ପରିସରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ସାଂସଦ ଶ୍ରୀଯୁକ୍ତ ତରାଇ, ବିଧାୟକ ଶ୍ରୀଯୁକ୍ତ ବେହେରା, କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କ ସହ ଅଧକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ ଓ ସମସ୍ତ କାଉନସିଲର ମାନେ ଯୋଗ ଦେଇଥିଲେ। କାର୍ଯ୍ଯନିର୍ବାହୀ ଅଧିକାରୀ ବିଗତ ବର୍ଷର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଚତୁର୍ଥଶ୍ରେଣୀ ସ୍ୱଚ୍ଛ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ, ରୋଗୀ ଓ ଅସହାୟଙ୍କୁ ଫଳ ବଣ୍ଟନ, ଏନଏସି ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଜୁଣେଇ ନିକଟରେ ପ୍ରସ୍ତାବିତ ନୂତନ କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ କାଉନସିଲର ମମତା ଦାସ, ରିନା ବିଶ୍ବାଳ, ସମୟ ରଞ୍ଜନ ସାହୁ, ନିହାର ବେଉରା, ବିଶ୍ବମ୍ବର ବିଶ୍ବାଳ, କୃଷ୍ଣପ୍ରୀୟା ନାୟକ, ଦିଲୀପ ଦାସ, ସୌମ୍ୟ ସୌରଭ ଦାଶ, ସ୍ବପ୍ନା ଗୋଚ୍ଛାୟତ, ସ୍ୱର୍ଣଲତା ଦାସ, ସୌଦାମିନୀ ମଲ୍ଲିକ ଓ ସୁଭସ୍ମିତା ପାତ୍ରଙ୍କ ସମେତ ସମସ୍ତ ସ୍ବଛ ସାଥି, ଜଳ ସାଥି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏନଏସି ଯନ୍ତ୍ରୀ ଅର୍ଜ୍ଜୁନ ସାମଲ, କର୍ମଚାରୀ ପ୍ରଶାନ୍ତ ବଡ଼ପଣ୍ଡା, ସୁଭଲକ୍ଷ୍ମି ହୋତା, ସିକ୍ତା ନାୟକ, ରଶ୍ମିତା ସାହୁ, ସଂଗ୍ରାମ ନାୟକ,
ଭାଗିରଥି ବରାଳ, ଧର୍ମପଦ ପରିଡ଼ା, ଅଭିଷେକ ସ୍ବାଇଁଙ୍କ ସମେତ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ସଭା ସଂଯୋଜନା କରିଥିଲେ ।
