ଗୁଳି ମାଡ କରି ଅଳଙ୍କାର ଦୋକାନରୁ ଲୁଟ ଘଟଣାର ପର୍ଦ୍ଧାଫାଶ।

ଓଡ଼ଗାଁ-ତା୩୧‌-୮-୨୫ ଗତ ତା ୨୪.୮.୨୪ ରିଖ ରବିବାର ଦିନ ଦ୍ବିପହରରେ ଛଣଗିରି ସାଇ ସୋନୁ ଅଳଙ୍କାର ଦୋକାନରୁ ହୋଇଥିବା ଡକାୟତି ର ପୋଲିସ ପର୍ଦ୍ଦାଫାଶ କରିଛି। ଡ଼କାୟତିରେ ସଂପୃକ୍ତ ଥିବା ୮ଜଣଙ୍କ ମଧ୍ୟରୁ ଶରଣକୁଳ ଥାନା ଅଧୀନ ଗୋଡିପଡା ଫାଣ୍ଡି ଅନ୍ତର୍ଗତ କଇଁଫୁଲିଆ ଗ୍ରାମର ମୁଖ୍ୟ ଆସାମୀ ଶରତ ସେନାପତି, ତା’ର ସହଯୋଗୀ ସାନଭାଇ ଅଶୋକ ସେନାପତି(ବୁଲୁ) ଉଭୟଙ୍କ ପି-ସଂସାରି ସେନାପତି ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ କରିବା ପରେ ତାଙ୍କର ବାଡ଼ିରେ ପୋତି ଥିବା ଅଳଙ୍କାର ଗୁଡ଼ିକୁ ପୋଲିସ ଜବତ କରିଛି। ଜବତ କରିଥିବା ସୁନା -୨୦୬ ଗ୍ରାମ,ରୂପା-୯୦୦ ଗ୍ରାମ, ନଗଦ ଏକଲକ୍ଷ ଷାଠିଏ ହଜାର ଟଙ୍କା। ସେମାନଙ୍କ କହିବା ମୁତାବକ ଜଣକୁ ୫୦୦ଗ୍ରାମ ସୁନା ଓ ନଗଦ ଦୁଇଲକ୍ଷ ଟଙ୍କା ହିସାବରେ ଭାଗ ବାଣ୍ଟିଥିଲେ। ସମସ୍ତଙ୍କୁ ଗିରଫ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ବର୍ତ୍ତମାନ ସେମାନଙ୍କୁ ଟାଙ୍ଗୀ ଥାନା ପୋଲିସ୍ ହେପାଜତରେ ରଖାଯାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।ଏଥିରେ ଶରଣକୁଳ ଥାନା ଆଇଆଇସି ସନ୍ଦିପ କୁମାର ଦାଶ, ଟାଙ୍ଗୀ ଥାନା ଆଇଆଇସି ରବିନ୍ଦ୍ର ଭୁଜବଳ, ଗୋଡିପଡା ଫାଣ୍ଡି ଇନ୍ ଚାର୍ଜ ଏଚ୍.ଡି.ହାଇଦର ଅଲ୍ଲୀ ଓ କନେଷ୍ଟବଳ ଭଗବାନ ରାଉତଙ୍କ ମିଳିତ ଉଦ୍ୟମରେ ସେମାନଙ୍କ ମୋବାଇଲ ଟ୍ରାକିଙ୍ଗ କରି ଧରିବାକୁ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *