କାମାକ୍ଷାନଗରରେ ଧୁମଧାମରେ ପାଳିତ ହେଲା ଶ୍ରୀଗଣେଷ ଭଷାଣି
କାମାକ୍ଷାନଗର ସହରରେ ଚଳିତ ବର୍ଷ ଗଣେଶ ପୂଜା ପରେ ମେଳଣ ଅନୁଷ୍ଠିତ ହୋଇଥିଲା l ସହରର ବିଭିର୍ନ୍ନ ସୁସଜ୍ଜିତ ମଣ୍ଡପରେ ପୂଜା ପାଇଥିବା ଗଣେଶଙ୍କ ମୂର୍ତ୍ତି କୁ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ସାରଙ୍ଗଧର ଷ୍ଟାଡିୟମ ପରିସରରେ ପହଞ୍ଚି ଥିଲେ l ସେଠାର ଯୁବନେତା ସରୋଜକାନ୍ତ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା, ସମ୍ମାନିତ ଅତିଥି ଉପ-ଜିଲ୍ଲାପାଳ ଦିନମଣି ନାୟକ ତହସିଲଦାର ଶୁଭଙ୍କର ମହାନ୍ତି, ଏନଏସି ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ମନୋରଞ୍ଜନ କାର୍ଯ୍ୟକ୍ରମ(ମେଲୋଡି) ଅନୁଷ୍ଠିତ ହୋଇଥିଲା।ମନୋଜ ରାଉଳ ମଞ୍ଚ ପରିଚାଳନା କରିଥିଲେ ।ଏଇ ଅବସରରେ ଗଣେଶଙ୍କ ଆଜ୍ଞା ଲଡ଼ୁ କୁ ନିଲାମ କରାଯାଉଥିଲା l ଏହି ନିଲମରେ ତରୂଣ ବଜାର ଗଣେଶ ପୂଜା କମିଟି ପଚାଶ ହଜାର ଟଙ୍କାରେ ନିଲାମ ନେଇଥିଲା l ପରେ ଏକ ଶୋଭାଯାତ୍ରାରେ ସମସ୍ତ ମେଢ ବାହାରିଥିଲେ l ଶୋଭାଯାତ୍ରାରେ ହାଇଦ୍ରା ରେ ଲାଇଟ ସୁସଜ୍ଜିତ ବେଶ ଆକର୍ଷଣୀୟ ହୋଇଥିଲା l ଗୋପବନ୍ଧୁ ବଜାର ଛକ ଦେଇ ହନୁମାନ ବଜାର, ଜଗନ୍ନାଥ ବଜାର, ତରୁଣ ବଜାର, ଲକ୍ଷ୍ମୀ ବଜାର ଦେଇ ପୁନଶ୍ଚ ଗୋପବନ୍ଧୁ ବଜାର ଠାରେ ପହଞ୍ଚିବା ପରେ ସେଠାରୁ ନିଜେ ନିଜ ଗନ୍ତବ୍ୟ ପଥରେ ଯାଇ ନଦୀ, କେନାଲରେ ମୂର୍ତ୍ତି ବିସର୍ଜନ କରିଥିଲେ l
