ଶାରଦୀୟ ଦୂର୍ଗାପୂଜା ଉପଲକ୍ଷେ ମୃଣ୍ମୟୀ ମୂର୍ତ୍ତିଙ୍କର ମୃତ୍ତିକା ଅନୁକୂଳ
ଶାରଦୀୟ ଦୂର୍ଗାପୂଜା ଉପଲକ୍ଷେ ମୃଣ୍ମୟୀ ମୂର୍ତ୍ତିଙ୍କର ମୃତ୍ତିକା ଅନୁକୂଳ
ରଘୁନାଥପୁର ତା ୩୧/୦୮/୨୦୨୫:-
ରଘୁନାଥପୁର ବ୍ଲକ, ଜଗନ୍ନାଥପୁର ପଞ୍ଚାୟତ, ବାଗସାହି ଗ୍ରାମ ଦୁର୍ଗା ପୂଜା କମିଟି ପକ୍ଷରୁ ରବିବାର ପବିତ୍ର ରାଧାଷ୍ଟମୀ ରେ ମା ଦୁର୍ଗା ଦେବୀଙ୍କର ମୃଣ୍ମୟ ମୃତ୍ତିକା ପାଇଁ ବୈଦିକ ବିଧିମତେ ମାଟି ଅନୁକୂଳ କରାଯାଇଛି lଏହି ଅନୁଷ୍ଠାନ ଚଳିତ ବର୍ଷ ୭୪ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି, ଏହି ଅବସରରେ ଚଳିତ ବର୍ଷ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ମାଟି ଅନୁକୂଳ ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି lକମିଟିର ସଭାପତି ୟୋଗାନନ୍ଦ ବୋଷ, ସମ୍ପାଦକ ଗୌରାଙ୍ଗ ଚରଣ ଦାସ ଓ କୋଷାଧ୍ଯକ୍ଷ ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମାଟି ଉଠା ପାଇଁ ଦେବୀ ମଣ୍ଡପରୁ ବ୍ରାହ୍ମଣ, ପୁରୋହିତ, ଗ୍ରାମବାସୀ, ଘଣ୍ଟ, ବାଜା, ମହୁରୀ, ଝାଞ୍ଜ ଓ ମୃଦଙ୍ଗ ସହିତ ଶୋଭାଯାତ୍ରା ରେ ବାହାରି ଗ୍ରାମ ଦେବୀ ମନ୍ଦିରରୁ ମାଟି ଅନୁକୂଳ କରି ଦେବୀ ମଣ୍ଡପ କୁ ଫେରିଥିଲେ l ଏହି ସମୟରେ ଗ୍ରାମର ପ୍ରତ୍ୟେକ ଘର ସାମ୍ନାରେ ମା, ଭଉଣୀ ଓ ଝିଅମାନେ ମୁରୁଜ ପକାଇ, ଦୀପ, ଶଙ୍ଖ ଓ ହୁଳହୁଳି ଦେଇ ପୂଜା କରିଥିଲେ l ଏହି ଦିନଠାରୁ ଗ୍ରାମରେ ପାର୍ବଣର ବାସ୍ନା ଅନୁଭବ ହୋଇଥାଏ l ଏହି ଉତ୍ସବରେ କମିଟିର ଉପସଭାପତି ଚନ୍ଦନ ରାଉତ, ଯୁଗ୍ମସଂପାଦକ କଲ୍ୟାଣ ମୁଖାର୍ଜୀ, ସହ କୋଷାଧ୍ଯକ୍ଷ ଗୋକୁଳ ଚନ୍ଦ୍ର ସେନାପତି ଓ କମିଟିର କାର୍ଯ୍ୟକାରୀ ସଭ୍ଯ ମନୁତୋଷ ବୋଷ, କିଶୋର ମୁଖାର୍ଜୀ, ପ୍ରମୋଦ ସେନାପତି, ସୁମନ ସେନାପତି, ଅକ୍ଷୟ ମଣ୍ଡଳ, ଶ୍ରୀମନ୍ତ ପ୍ରକାଶ ସିଂହ ଓ ଯୁବପିଢି କୌସିକ ମୁଖାର୍ଜୀ, ଗୌର ଗୋପାଳ ଦାସ, ଶ୍ରୀମନ୍ତ ସେନାପତି, ସୌମ୍ୟଜିତ ବୋଷ, ବିଶ୍ଵଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ l କୃଷ୍ଣ ଚନ୍ଦ୍ର ଡାକୁଆ (ନନୀ ଭାଇ), ନିରୋଧ ଦାସ (ଟୁକୁଲି) ପୂଜା ସ୍ଥାନକୁ ସଜାଇ ବ୍ରାହ୍ମଣ ସୁବୋଧ କୁମାର ପଣ୍ଡାଙ୍କ ଦ୍ଵାରା ପୂଜା ଅର୍ଚନା ପରେ ମାଟି ସଂଗ୍ରହ କରାଯାଇ ପୂଜା ମଣ୍ଡପରେ ଆଣି ସ୍ଥାପନ କରାଯାଇଅଛି l
