ଭାରତୀୟ ସଞ୍ଚାର ନିଗମ କାର୍ଯ୍ୟlଳୟ ଭୂତ କୋଠିରେ ପରିଣତ।
ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଂଚଳର ବିଭିନ୍ନ ସ୍ଥାନକୁ ଭାରତୀୟ ସଞ୍ଚାର ନିଗମ ଲିମିଟେଡ଼ ( ବି ଏସ ଏନ ଏଲ) ପକ୍ଷରୁ ଲ୍ୟାଣ୍ଡ ଫୋନ ଯୋଗାଯୋଗ ପାଇଁ ଏକ ବିରାଟ କାୟ କାର୍ଯ୍ୟାଳୟ ରଘୁନାଥପୁର ଥାନା ନିକଟ ଏକ ସ୍ଥାନରେ ବହୁ ବର୍ଷ ଆଗରୁ ଖୋଲାଯାଇଥିଲା ଓ ଏଠାରେ କିଛି କର୍ମଚାରୀ ନିଯୁକ୍ତି ପାଇଥିଲେ। ଆଗରୁ ବି ଏସ ଏନ ଏଲ ଦ୍ବରା ଘରକୁ ଘର , ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସଂଯୋଗ କରାଯାଇଥିଲା। ବର୍ତ୍ତମାନ ବି ଏସ ଏନ ଏଲ କମ୍ପାନୀ ଦେବାଳିଆ ହୋଇଥିବାରୁ ଆଗପରି ସାହାଯ୍ୟ ସହଯୋଗ ମିଲିପରୁନି, ଯେଉଁଥିପାଇଁ କେତେକ ଜନ ସେବା କେନ୍ଦ୍ର ଗୁଡିକ ଅଚଳ ହେବାକୁ ବସିଲାଣି। ଜନସାଧାରଣ କୌଣସି ସରକାରୀ କାର୍ଯ୍ୟରେ ନାମ ସଂଯୁକ୍ତ ବା ଆବେଦନ କରିବାକୁ ଗଲେ ଯେଉଁ ଜନ ସେବା କେନ୍ଦ୍ର ଗୁଡିକ ବି ଏସ ଏନ ଏଲ ସୁବିଧା ସହିତ ଜଡିତ ଅଛି ସେଠାରେ ନେଟ୍ ନଥିବାରୁ ଫେରିବାକୁ ପଡ଼ୁଛି।

ଏ ସଂପର୍କରେ ସମ୍ପୁକ୍ତ ବ୍ୟବସାୟୀ ବି ଏସ ଏନ ଏଲ କମ୍ପାନୀର କର୍ମଚାରୀ ଙ୍କୁ ଯୋଗାଯୋଗ କଲେ ବି ସେମାନେ କାର୍ଯ୍ୟlଳୟରେ ରହୁନାହାନ୍ତି କି ନେଟ ଯୋଗାଣରେ ବିଳମ୍ବ କରୁଥିବାର ଦେଖିବାକୁ ମିଳୁଛି। ଏହି କାର୍ଯ୍ୟାଳୟ ଟି ଅବସ୍ଥା ଦେଖିଲେ ବିଶ୍ୱାସ କରି ହେବନି। ଅନା ବନା ଘାସ ବଣ ସାଙ୍ଗକୁ ମୁଖ୍ୟ ଗେଟ ରେ ତାଲା ଝୁଲୁଛି। ଦିନେ ବି ଏହି କାର୍ଯ୍ୟଳୟ ଖୋଲି ନଥାଏ । ଏ ଦିଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଚାର କରି ବି ଏସ ଏନ ଏଲ କମ୍ପାନୀ ଟିକୁ ସଚଳ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।
