ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟୀ କାଳୀନ ସମର୍ଦ୍ଧନା
ଅନୁଗୋଳ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଚିନ୍ତାମଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ରାଜିଙ୍ଗ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ଙ୍କୁ ଅମ୍ବସରମୁଣ୍ଡା କ୍ଲୁଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ କଅଁର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୋମନାଥ ମାଝୀ ଓ ସମ୍ମାନିତ ଅତିଥି ଜଳନ୍ଧର ସାହୁ ସମେତ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।ଆମ୍ବସରମୁଣ୍ଡା କ୍ଲଷ୍ଟରନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତି ଯଥା ଶ୍ରୀମତୀ ହିନତୀ ମାଝୀ,ସରୋଜ କୁମାର ମିର୍ଦ୍ଧା, ବସନ୍ତ କୁମାର ନାୟକ, ଭଜମନ ନାୟକ, ସଂଜୁବାଳା ନାଏକ ,ଅର୍ଜୁନ କୁମାର ସାହୁ,କ୍ଷିରୋଦରୀ ମାଝୀ, ନିରଞ୍ଜନ ନାୟକ, ଲିଟିଲ୍ ବିଶ୍ବାଳ, ଦୀପକ କୁମାର ଭଟ୍ଟ, ନବକୁମାର ନାୟକ,ବିନୋଦିନୀ ନାୟକ , ମିନା ନାଏକ, ଅଭିମନ୍ୟୁ ନାୟକ, ତପସ୍ଵିନୀ ଦାସ , ଦୁଯ୍ୟୋଧନ ନାୟକ,ନବୀନ କୁମାର ମାଝୀ,ଅନନ୍ତ ଚରଣ ମାଝୀ,ଆକୁଳ ଚନ୍ଦ୍ର ପ୍ରଧାନ,ରଞ୍ଜନ କୁମାର ନାୟକ,ଗୀତାଞ୍ଜଳି ନାୟକ , ଅଞ୍ଜନା ସିଂହ, ସୋଭାଗୀନି ନାୟକ,ରଞ୍ଜନ ନାୟକ,ଜଳନ୍ଧର ସାହୁ , ସୁମତୀ ନାୟକ,ମାନସ ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ଦୈତାରି ପ୍ରଧାନଙ୍କ ସହଯୋଗରେ ଏ ଉତ୍ସବଟି ଅତି ଶୃଙ୍ଖଳିତ ଭାବେ ପାଳନ କରାଗଲା ।ଜଣେ ଛାତ୍ର ବତ୍ସଳ, ସଙ୍ଗୀତଜ୍ଞ, ଉତ୍ତମ ବାଦ୍ୟକାର , ଶିଷ୍ଟ ତଥା ମେଳାପି ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନଙ୍କ ଉଦ୍ଦେଶ୍ୟରେ ସମସ୍ତ ପ୍ରାୟ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ଅନୁଭୂତି ବଖାଣିଥିଲେ । ବ୍ୟବସ୍ଥିତ ଭୋଜନ ସାଙ୍ଗକୁ କ୍ଲଷ୍ଟର୍ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗର ଛତା,ଜୋତା ,ପୋଷାକ ସାଙ୍ଗକୁ ଭଗବତ ଗୀତା ଔପଢ଼ୋକନାଦି ବିଦାୟୀ ଶିକ୍ଷକଙ୍କୁ ପ୍ରଦାନ କରାଗଲା।ଆମ୍ବସରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ମାଝୀ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ନାଏକ ମଞ୍ଚ ପରିଚାଳନା ସାଙ୍ଗକୁ ଧନ୍ୟବାଦ ଅର୍ପଣ କରିଥିଲେ ।
