ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ,୭୦୦ ରୁ ଉର୍ଦ୍ଧ୍ବ ସେବା ପାଇଲେ

ଆଠମଲ୍ଲିକ,୩୧/୦୮/୨୫ – ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତ ହିଁର୍ଗତ ଫ୍ରେଣ୍ଡସ କ୍ଳବ ଚନ୍ଦନନଗର ବଇଣ୍ଡା ଆନୁକୂଲ୍ୟରେ ନୁନୁକାପଶି ଗ୍ରାମ ପଞ୍ଚାୟତ ପରିସରରେ ଦିନିକିଆ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି,!ଏହି ଅବସରରେ ପୂର୍ବାହ୍ନ ୯ ଟା ସମୟ ରେ ଏକ ସଭା କ୍ଳବ ର ସଭ୍ୟ କ୍ଷିତିଜା ରଞ୍ଜନ ଦେହୁରୀ ଙ୍କ ସଭା ପରିଚାଳନା ରେ ଏଥିରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ର ଜଣାଶୁଣା ସମାଜ ସେବୀ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ।ଏଥିରେ ସଂମ୍ମାନିତ ଅତିଥି ଭାବରେ ୟାର ର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜିତ ପଟ୍ଟନାୟକ,ନୁନୁକାପଶି ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତୀ ଦିପ୍ତିମୟୀ ସାହୁ, ଭୁବନେଶ୍ୱର ରୁ ଆସିଥିବା ସମସ୍ତଙ୍କ ବିଭାଗ ର ଡାକ୍ତର, ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,।ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସୋରଜ ନନ୍ଦ, ଡ଼ ସୌରଭ ମଣ୍ଡଳ, (ଅର୍ଥ ପେଡିକ) ଡ଼ ସୁନୀଲ ସ୍ୱାଇଁ (ସର୍ଜନ)ଡ଼ ସୋମ୍ୟରଞ୍ଜନ ସଂ ଦେଓ, (ମେଡ଼ିସିନ)ଡ଼ ବିଜୟ ଲଷ୍ମୀ ସାହୁ (ଚକ୍ଷୁ ବିଭାଗ) ଡ, ବନ୍ଦିତା ପ୍ରଧାନ, ଡ ବର୍ଷା ରାଣୀ ସିଂହ( ଫିଜିଓ ଥୋରାପି ) ପ୍ରମୁଖ ଆସିଥିବା ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କ୍ଳବ ର କାର୍ଯ୍ୟ କରି ସମ୍ପାଦକ ଦିନେଶ ମହାନ୍ତି, ଓ ସମାଜ କର୍ମୀ ତପନ ଦାସ, ସମ୍ପାଦକ ବିଶ୍ୱଜିତ ପଟନାୟକ, ସହ ଉପ ସଭାପତି ରଜନୀକାନ୍ତ ଦେହୁରୀ, କୋଷାଧ୍ୟକ୍ଷ ମାନସ ସାହୁ ,ଉପଦେଷ୍ଟା ସଭ୍ୟ ବିଜୟ ନାଏକ, ଅଞ୍ଜନ କୁମାର ପ୍ରଧାନ ଆଲୋକ ମହାନ୍ତି,ସୁଭ୍ରାଜିତ ସାହୁ, ପଦ୍ମଲୋଚନ ସାହୁ, ଦୀପକ ମହାନ୍ତି, ରାଜକିଶୋର ପ୍ରଧାନ, ଅଜିତ ପଟ୍ଟନାୟକ,ଜଗବନ୍ଧୁ ବେହେରା, ଓ କ୍ଳବ ର ସମସ୍ତ ସଭ୍ୟ ଓ ଅରଭିଲା ଆବାସିକ ଶିକ୍ଷା କେନ୍ଦ୍ର

ର ଛାତ୍ର ଛାତ୍ରୀ ମାନେ ଓ ନାଇସ କମ୍ପୁଟର ର ଛାତ୍ର ଛାତ୍ରୀ ମାନେ ଏହି ସ୍ୱାସ୍ଥ୍ୟ ଶିବିର ରେ ସକ୍ରିୟ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟ ସେବା ରେ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ସେବାକୁ ନେଇ ଅଞ୍ଚଳ ବାସୀଙ୍କୁ ଶିବିର ମାଧ୍ୟମରେ ରୋଗୀ ସେବା ସରଳ ମାଧ୍ୟମରେ ଜଗାଇଥିବା ରୁ ଫ୍ରେଣ୍ଡସ କ୍ଲବ କୁ ଆସିଥିବା ଅତିଥି ମାନେ ଭୁଇୟସୀ ପ୍ରଶଂସା କରିଥିଲେ,।ଏଥିରେ ଆଠମଲ୍ଲିକ ଉପଖଣ୍ଡ ର ଆଖପାଖ ରେ ଥିବା ୧୫ ରୁ ଉର୍ଦ୍ଧ ପଞ୍ଚାୟତ ର ପ୍ରାୟ ୭୦୦ ରୁ ଉର୍ଦ୍ଧ ରୋଗୀ ପହଂଚି ଶୃଙ୍ଖଳା ର ସହିତ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ, ନେଇଯାଇଥିଲେ,। ଏହି ସ୍ୱାସ୍ଥ୍ୟ ଶିବିର କୁ ଆଗାମୀ ଦିନରେ ଉପଖଣ୍ଡ ସ୍ଥରରେ କରାଯାଇ ସମସ୍ତ ଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ମାଗଣା ଯୋଗାଇ ଦେବାପାଇଁ କ୍ଳବ ର ବରିଷ୍ଠ ସଭ୍ୟ ପ୍ରଦୀପ ମହାପାତ୍ର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *