ରାହାମାରେ ଏବିଜିପି ର ସଦସ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ

ରାହାମା-୩୧/୮-କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ରବିବାର ଅପରାହ୍ନରେ ଅଖିଳ ଭାରତ ଗ୍ରାହକ ପଞ୍ଚାୟତର ସଦସ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ବେହୁରା ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଆବଶ୍ୟକତା ଥିବା ମତ ରଖିଥିଲେ। ବିଦ୍ୟୁତ ବିଭାଗ ଏବଂ ଘରୋଇ ଟେଲିକମ ସଂସ୍ଥା କିଭଳି ଗ୍ରାହକମାନଙ୍କୁ ଶୋଷଣ କରୁଛନ୍ତି ସମ୍ପର୍କରେ ନିଜର ବକ୍ତବ୍ୟ ରଖି ଆଇନଗତ ଏହାର ମୁକାବିଲା ପାଇଁ ପ୍ରତ୍ୟେକ ଗ୍ରାହକ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସଂପାଦକ ଅଭୟ ଅନିର୍ବାଣ ଶାରୀରିକ ଅସୁସ୍ଥତା କାରଣରୁ ବୈଠକରେ ଯୋଗଦେଇପାରିନଥିଲେ। ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକଙ୍କ ଆହ୍ବାନ କ୍ରମେ ଏହି ବୈଠକରେ ଯୁବ

ସମାଜସେବୀ ଡକ୍ଟର ଅରୁଣ ପାଣି, ଡକ୍ଟର ଗୈ।ରାଙ୍ଗ ଚରଣ ସ୍ବାଇଁ,ଏନସିଟିସି ଅଧ୍ୟକ୍ଷ କ୍ଷୀରୋଜ ଦାସ,ଶିକ୍ଷାବିତ ବିଷ୍ଣୁ ପ୍ରସାଦ ସେଠୀ, କବି କାଶୀନାଥ ସାହୁ, ପାରାଦ୍ଵୀପର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ରାହାମା ପ୍ରେସ କ୍ଲବର ସଂପାଦକ ପ୍ରମୋଦ ମଲ୍ଲିକ, ସାରଦା ପ୍ରସନ୍ନ ପରିଜା, ରଞ୍ଜିତ ମଲ୍ଲିକ, ଜଗନ୍ନାଥ ସାହୁ, ଏରସମାର ଯୁବ ସାମ୍ବାଦିକ ନୃସିଂହ ଚରଣ ଦାସ, ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ସମାଜସେବୀ ଶରତ ଦାଶ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ତିର୍ତ୍ତୋଲ ପ୍ରେସ କ୍ଲବର ଉପାଧ୍ୟକ୍ଷ ପଦ୍ମଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *