ଦରଘାସାହେବ ଓ ରାମମନ୍ଦିର ଦାନବାକ୍ସରୁ ଚୋରି।

ରଘୁନାଥପୁର:-୩୧/୮:- ଶନିବାର ବିଳମ୍ବିତ ରାତିରେ ରଘୁନାଥପୁର ଥାନା ଅନ୍ତର୍ଗତ ଆଯୋଧ୍ୟାପୁର ଗ୍ରାମର ଦରଘାସାହେବ ଓ ରାମମନ୍ଦିର ଦାନବାକ୍ସ ଭାଙ୍ଗି କେହି ଦୃର୍ବୁତ୍ତ ଟଙ୍କା ଚୋରିକରି ନେଇଯାଇଥିବାର ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ରବିବାର ସନ୍ଧ୍ୟାରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି।ସକାଳୁ ଦାନବାକ୍ସ ଭଙ୍ଗା ହୋଇଥିବାର ଦେଖି ଗ୍ରାମବାସୀ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ।

ଏସଆଇ ଯୋଗେଶ୍ୱର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ଏଥିରୁ ପ୍ରାୟ ୧୦ ହାଜର ଟଙ୍କା ଦୂର୍ବିତ୍ତମାନେ ଚୋରି କରି ନେଇଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ପହରାକୁ କଡାକଡି କରିବା ପାଇଁ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *