ଆନନ୍ଦପୁର ପୌର ପରିଷଦର ସାୟତ ଶାସନ ଦିବସ ପାଳନ ସହ ମଲ୍ଟିପ୍ରପସ ହଲ ଉଦଘାଟିତ
ଆନନ୍ଦପୁର , ପୌରପରିଷଦର ସ୍ୱlୟତଶାସନ ଦିବସ ପାଳନ ଅବସରରେ ଫକୀରପୁର ସପ୍ତାବଜାର ସ୍ଥିତ ମଲ୍ଟପ୍ରପସ ହଲ ଠାରେ ଭରଚୁୱାଲ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ କରାଯାଇଅଛି l ଉକ୍ତ ସଭାରେ ଆନନ୍ଦପୁର ପୌର ପାରିଷଦର ନିର୍ବାହୀ ଅଧିକାରୀ ଦେବବ୍ରତ ବଳଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଦକ୍ଷା ରଜନୀ ରାଣୀ ଖଟୁଆ ଯୋଗ ଦେଇଥିବାବେଳେ ସଂମ୍ମାନୀୟ ଅତିଥି ଭାବେ ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ସାଂସଦ ପ୍ରତିନିଧି, ରାକେଶ କୁମାର ରାମ ବିଧାୟକ ପ୍ରତିନିଧି ଭାବେ ଯୋଗଦେଇ ମଲ୍ଟିପ୍ରପସ ହଳକୁ ଉଦଘାଟନ କରିଥିଲେ l ଏହି କାଯ୍ୟକ୍ରମକୁ ୮ନମ୍ବର ଓ ୯ୱାର୍ଡର କାଉଁସିଲର ସୁରେନ୍ଦ୍ର କୁମାର ଦାସ ଏବଂ ସନତ କର ଙ୍କ ପ୍ରତକ୍ଷ ତତ୍ଵାବଧାନରେ ସମସ୍ତ କାଉଁସିଲର ଉପସ୍ଥିତ ରହି ଉଦଘାଟନ ଉତ୍ସବ କୁ ପରିଚାଳନା କରିଥିଲେ l ଆନନ୍ଦପୁର ମୁନିସିପାଲିଟି ତରଫରୁ ବିଭିନ୍ନ ବିଭାଗରେ ଉତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାସହ ଫକୀରପୁର ବାଳୁଙ୍ଗେଶ୍ୱର କଳାକାର ସଂଘକୁ ସଂମ୍ମାନିତ କରାଯାଇଥିଲା l ଏହି କାଯ୍ୟକ୍ରମ ରେ ପୌରପରିଷଦର ସମସ୍ତ କର୍ମଚାରୀ ସହଯୋଗ କରି ସୁଚାରୁରୂପେ ପାଳନ କରିଥିଲେ l
