ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହରେ ସ୍ଥାନୀୟ ସାତଲହଡି ମଠରେ ପାଳିତ ହୋଇଯାଇଛି

ପୁରୀ:୧/୯: ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ସିଦ୍ଧସାଧକ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହରେ ସ୍ଥାନୀୟ ସାତଲହଡି ମଠରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଶୁକଦେବ ମହାନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଶ୍ରୀଯୁକ୍ତ ଦୟାନିଧି ତ୍ରିପାଠୀ, ଶ୍ରୀମତୀ ନିର୍ମଳା ଫତେସିଂହ, ପଣ୍ଡିତ ବିପିନ ବିହାରୀ ମିଶ୍ର ଏବଂ ଭାଗବତ ଭାଷ୍ୟକାର ଶ୍ରୀଯୁକ୍ତ ଵଦ୍ରି ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦେଇ ‘ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମଭାବନା କ୍ଷେତ୍ରରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ‘ ଶୀର୍ଷକରେ ନିଜନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବଦ୍ରି ମିଶ୍ର ଭାଗବତ ପାଠ କରିଥିଲେ।ପ୍ରାତଃ ୯ ଘଟିକାରୁ ସିଂହଦ୍ଵାର ଠାରୁ ସାତଲହଡି ମଠ ପର୍ଯ୍ୟନ୍ତ ଏକ ଭାଗବତ ସଚେତନତା ସଂକୀର୍ତ୍ତନ ପଦଯାତ୍ରା ଆୟୋଜିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସହ ସଚିବ ସଞ୍ଜୟ ଛୁଆଳସିଂହ ଅତିଥିଙ୍କୁ ସ୍ୱାଗତ କରିଥିଲେ।

ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହିତ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସହାୟକ ଚିନ୍ମୟ ମିଶ୍ର ଏବଂ ରଶ୍ମୀରଂଜନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟପତ୍ର ସଂପାଦକ ବିପିନ ବିହାରୀ ଦଳାଇ, ବିଜୟ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ରାମଚନ୍ଦ୍ର ସୁର, ସୁବାସ ଚନ୍ଦ୍ର ପରିଡ଼ା, କୃଷ୍ଣଚନ୍ଦ୍ର ରଥ, ପ୍ରମୋଦ କୁମାର ପ୍ରଧାନ, ଦେବରାଜ ପ୍ରଧାନ, ଅଜୟ କୁମାର ପଣ୍ଡା, ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ, ପ୍ରଶାନ୍ତ ତ୍ରିପାଠୀ, ପ୍ରଭାକର ପ୍ରଧାନ ପ୍ରମୁଖ ଶତାଧିକ ଭାଗବତ ପ୍ରେମୀ ଯୋଗଦେଇଥିଲେ। ଶେଷରେ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *