ଉଦଳା ଏନ. ଏ. ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଉଦଳା ଏନ. ଏ. ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ —-===—==—===== ଉଦଳା ୧/୯ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ସକାଳେ ସୂଚନା ଓ ଲୋକ ସମ୍ପର୍କ ବିଭସଜି ତରଫରୁ ଡକାଵାଜି ଯନ୍ତ୍ର ଦ୍ୱାରା ରାମ ଧୁନ ପ୍ରଚାର କରାଯାଇଥିଲା l ପରେ ପରେ ବିଭିର୍ନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉତ୍କଳ ମଣି ଗୋପବନ୍ଧୁ ଙ୍କ ପ୍ରତି୍ମୂର୍ତ୍ତି ନିକଟରେ ପହଂଚି ଥିଲେ l ସେଠାରେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରାଯାଇଥିଲା l ଏହି ମାଲ୍ୟାପର୍ଣ୍ଣ ସମୟରେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି, ଏନ, ଏ. ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ l ଏହାପରେ ପରିଷଦ ଅଂଚଳ ମଧ୍ୟରେ ଥିବା ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର, ମଧୁବାବୁ, ବିର୍ସାମୁଣ୍ଡା, ଏବଂ ଅଟଳବିହାରୀ ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାପଣ କରାଯାଇ ଥିଲା l ବିଜ୍ଞପିତା ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ରେ ପରିଷଦ ର ଅଧକ୍ଷ୍ୟା ଶ୍ରୀମତୀ ପ୍ରମିଳା ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ l ପରେ ପରେ ଉଦଳା ବିଜ୍ଞାପିତ ଅଂଚଳ ମଧ୍ୟରେ ଥିବ ବିଭିର୍ନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଅଧକ୍ଷା ଶୁଭ ଉଦଘାଟନ କରିଥିଲେ l ଉଦଳା ରେ ଥିବା ସନ୍ଧନୀ ଗୃହ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ଅଧକ୍ଷ୍ୟା ଶ୍ରୀମତୀ ପ୍ରମିଳା ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବର ମୟୁରଭଞ୍ଜ ର ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ସମ୍ମାନୀୟ ଅତିଥି ଭାବରେ ପ୍ରକଳ୍ପ ପ୍ରଶାସକ ଆଇ. ଟି. ଡ଼ି. ଏ ନରେନ୍ଦ୍ର ଖମାରୀ, ଉଦଳା ତହସିଲଦାର ସୁପ୍ରଭା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ହୃଷିକେଶ ନାୟକ, ଓକିଲସଂଘର ସମ୍ପାଦକ ତଥା ଅଂଚଳ ର ବରିଷ୍ଠ ସଂଗଠକ ବସନ୍ତ କୁମାର ପରିଡା ଯୋଗ ଦାନ କରି ସ୍ୱାୟତ୍ତ ଶାସନ ଉପରେ ସରଗର୍ଭକ ବ୍ୟକ୍ତବ୍ୟ ରଖିଥିଲେ l ସହର କୁ ସରସ ସୁନ୍ଦର ତଥା ସ୍ୱଛ ଉଦଳା କରିବାକୁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ଅଧକ୍ଷ୍ୟା ଶ୍ରୀ ମତି ପଣ୍ଡା ତାଙ୍କ ଅଭିଭାଷଣରେ ମାତା ରଖିଥିଲେ l ଏହାପରେ ଏନ. ଏ. ସି. ର କାର୍ଯ୍ୟନିର୍ବାହୀ ଅଧିକାରୀ ପରିଷଦ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ସ୍ୱାୟତ୍ତ ଶାସନ ଦିବସ ରେ ଶ୍ରେଷ୍ଠ ସଫେଇ କର୍ମଚାରୀ ରମାକାନ୍ତ ମୁଖି ଙ୍କୁ ପୁଷ୍ପ ଗୁଚ୍ଛ ସହ ମନଦେଇ ପୁରସ୍କୃତ କରାଯାଇଥିଲା l ସ୍ୱଚ୍ଛ ଉଦଳା ଲାଗି ତାଙ୍କର ଅବଦାନ ଅବର୍ଣ୍ଣନୀୟ l ଏହି ଉତ୍ସବ କୁ ସରସ ସୁନ୍ଦର ଏବଂ ଶୃଙ୍ଖଳାର ସହ ସମାପନ ଲାଗି ବିଜ୍ଞପିତା ପରିଷଦ ର ସମସ୍ତ କର୍ମଚାରୀ ଓ ବିଭାଗୀୟ ଯନ୍ତ୍ରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *