ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ଗ୍ରାମ ପଞ୍ଚାୟତର କମଳପୁର ଗ୍ରାମରେ ପରକ୍ରିୟା ପ୍ରୀତି ସନ୍ଦେହରେ ଗୁଳିମାଡ

ଆଠମଲ୍ଲିକ, ତା 01/09/25- ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡା ଗ୍ରାମ ପଞ୍ଚାୟତର କମଳପୁର ଗ୍ରାମରେ ପରକ୍ରିୟା ପ୍ରୀତି ସନ୍ଦେହରେ ଗୁଳିମାଡ ଘଟଣା ଆଠମଲ୍ଲିକ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଆଠମଲ୍ଲିକ ଭଳି ଶାନ୍ତ ସହରରେ ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ଜନସାଧାରଣ ଆତଙ୍କିତ ହୋଇପଡିଛତି l ସୂଚନା ମୁତାବକ କମଳପୁର ଗ୍ରାମର ସୁରଭି ନାଏକ (35) ପିତା ଲଷ୍ମୀଧର ନାଏକଙ୍କର ପତ୍ନୀ ନଥିବା ବେଳେ ନିଜର 4 ଜଣ ପିଲାଙ୍କୁ ନେଇ ରହୁଛନ୍ତି l ସେହି ଗ୍ରାମରେ ସମ୍ପର୍କୀୟ ଭାଇ କ୍ଷୀରୋଦ ନାଏକ ନିଜର ପତ୍ନୀ ଏବଂ ପିଲାମାନଙ୍କୁ ନେଇ ରୁହନ୍ତି l ପୂର୍ବରୁ କ୍ଷୀରୋଦ ନିଜ ପତ୍ନୀଙ୍କ ସହ ସୁରଭି ର ପରକ୍ରିୟା ସନ୍ଦେହ କରି ବାରମ୍ବାର ଗଣ୍ଡଗୋଳ ଆସୁଛନ୍ତି l ସୋମବାର ସକାଳ 7 ଟା ରୁ 8 ଟା ମଧ୍ୟରେ ଏକ ଦେଶୀ ବନ୍ଧୁକରେ ସୁରଭି ଉପରକୁ ଗୁଳି ଚଳାଇଥିଲେ l ଫଳରେ ସୁରଭୀର ପିଠିରେ ଗୁଳିବିଦ୍ଧ ହୋଇଥିଲା ଏବଂ ସେ ସେଠାରେ ଟଳିପଡିଥିଲେ l ପରିବାର ଲୋକ ତୁରନ୍ତ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଡ଼ଃ ଅଶୋକ କୁମାର ସଇନି ଚିକିତ୍ସା କରିଥିଲେ ଏବଂ ସୁରଭିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l ଖବର ପାଇ ଆଠମଲ୍ଲିକ ଉପଖଣ୍ଡ ଏସ ଡି ପି ଓ ସୁଶାନ୍ତ କୁମାର ତାଉଣ୍ଡିଆ, ଆଇ ଆଇ ସି ପ୍ରକାଶ କୁମାର ମାଝୀ, ଫାଣ୍ଡି ଅଧିକାରୀ ସତୀଶ କୁମାର ଲେଙ୍କା ଏବଂ ପୋଲିସ ବାହିନୀ କମଳପୁର ପହଞ୍ଚି ତଦନ୍ତ କରିଥିଲେ l କିନ୍ତୁ କ୍ଷୀରୋଦ ବନ୍ଧୁକ ସହ ଫେରାର ଥିବାରୁ ବର୍ତ୍ତମାନ ସୁଦ୍ଧା ଧରା ପଡ଼ିନାହିଁ l ଆଠମଲ୍ଲିକ ଥାନା କେସ ନମ୍ବର 240/25 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *