ଡ୍ରାଇଭର ମହାସଂଘ ତରଫରୁ ରକ୍ତଦାନ ଶିବିର

ଡ୍ରାଇଭର ମହାସଂଘ ତରଫରୁ ରକ୍ତଦାନ ଶିବିର, ଆଠମଲ୍ଲିକ ତା 01/09/25–ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଅବସରରେ ଡ୍ରାଇଭର ମହାସଂଘ, ଆଠମଲ୍ଲିକ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମହାସଂଘ ର ସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ରକ୍ତଦାନ କରିଥିଲେ l ସମୁଦାୟ 45 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଆଠମଲ୍ଲିକ ରକ୍ତ କେନ୍ଦ୍ର କୁ ପ୍ରଦାନ କରାଯାଇଥିଲା l ମହାସଂଘର ଉପଦେଷ୍ଠା ସୁରେଶ କୁମାର ଜେନା,ଏନ ଏ ସି ସଭାପତି ଅବନୀ କୁମାର ମେଣ୍ଡୁଳି, ସମ୍ପାଦକ ସତ୍ୟନାରାୟଣ ସାହୁ, ଆଠମଲ୍ଲିକ ବ୍ଲକ ସଭାପତି ସୁଶାନ୍ତ କୁମାର ଷଣ୍ଢ, ସମ୍ପାଦକ ଆଲୋକ ମହାକୁଡ଼ ଙ୍କର ପ୍ରତ୍ୟେକ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ସଭ୍ୟ ସୁଦର୍ଶନ ସାହୁ, ତ୍ରିଜୀବ ତ୍ରିପlଠୀ,ଜଗଦୀଶ ବେହେରାମାଳୀ, ଟୁଲୁ ପ୍ରଧାନ, ମନୋଜ ସ୍ୱାଇଁ, କପିଳେଶ୍ୱର ପ୍ରଧାନ, ସୁଜିତ ଆଠଜୁଆଳିଆ,ହୃଦାନନ୍ଦ ଦେହୁରୀ, ରତ୍ନା ମୁଣ୍ଡା, ତ୍ରିପୁରାରୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ l ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ଡ଼ଃ କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନର୍ସିଙ୍ଗ ଅଫିସର ସ୍ନିଗ୍ଧାରାଣୀ ସିଂ,ଟେକନିସିଆନ ମୁକେଶ କୁମାର ଦେହୁରୀ, ସୁଶାନ୍ତ କୁମାର ସାହୁ ରକ୍ତ ସଂଗ୍ରହ କରିଥିଲେ l ଅଫିସ କର୍ମଚାରୀ ରାକେଶ କୁମାର ଦତ୍ତ ନାମ ପଞ୍ଜିକରଣ କରିଥିଲେ ଏବଂ ବିନୟ ବିଶ୍ୱାଳ, ଶ୍ରୀତମ ବେହେରା ସହଯୋଗ କରିଥିଲେ l ପ୍ରବର୍ତ୍ତକ ରାଧାମୋହନ ତ୍ରିପାଠୀ, ସମାଜସେବୀ ବିନୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଡ୍ରାଇଭର ମହାସଂଘର ଏଭଳି କାର୍ଯ୍ୟକ୍ରମ ଦେଖି ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଥିଲେ l

Leave a Reply

Your email address will not be published. Required fields are marked *