ବିଧବାର ୩ବର୍ଷ ହେଲାଣି ମିଳୁନି ଭତ୍ତା

କଙ୍କଡ଼ାହାଡ଼ – ଗରିବ ଓ ଅସହାୟ ମାନଙ୍କ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମାଳ ମାଳ ଯୋଜନା କରିଥିବା ବେଳେ ଏବେବି ସରକାର ଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ହେବା ସହ ଏବେ ମଧ୍ୟ ଅନେକ ଅସହାୟ ପରିବାର ଙ୍କ ପାଇଁ ସ୍ୱପ୍ନ ସଦୃଶ ପାଲଟିଛି । ଅନେକ ଯୋଜନା เଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କରଗୋଳା ପଂଋୟତ ଶାଢି ନଗର ଗାଁ ର କନିକା ଦେହୁରୀ (ବୟସ ୬୦) ସେ ଜଣେ ଦିନ ମଜୁରିଆ ଅଟନ୍ତି । ଏହି ଗ୍ରାମଟି କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରୁ ଦୂରତା ପ୍ରାୟ ୪ କି. ମି, ଲାଗୁଚି ସତେ ଯେମିତିପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ । ପରିବାର କହିଲେ ୨ଜଣ ଦଇବ ସାଜିଲା ବଇରୀ ବର୍ତମାନ ୩ ବର୍ଷ ତଳେ ସ୍ଵାମୀ ର ମୃତ୍ୟୁ ହେଇଥିଲା ବେଳେ, ଆଉ ଏବେ ବୋଝ ଉପରେ ଲଳିତା ବିଡ଼ା ଭଳି ଅବିବାହିତ ଝିଅ ଙ୍କୁ ଧରି ଜୀବନ ଜିଉଁଛନ୍ତି ବିଧବା ଜଣକ | ସ୍ୱାମୀ ର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଗତ ୩ ବର୍ଷ ତଳେ ସ୍ଵାମୀ ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ବି ଅସମର୍ଥ ତାହା ପୁଣି ଓଳିଏ ଖାଇଲେ ଓଳିଏ ଉପାସ ।ସେ କୁହନ୍ତି ଦେହ ଭଲ ଥିବାବେଳେ ପର ଘରେ କାମ କରି ମୂଲ ମଜୁରୀ କରି ଯାହା ରୋଜଗାର ହୁଏ ସେଥିରେ ଘର କରି ପରିବାର ଚଳେଇ ଆସୁଛି। ହେଲେ ଏବେଏ ରୋଗୀଣା ଦେହରେ ଅନ୍ୟ ର କାମକରିବା ପାଇଁ ବି ଦେହରେ ବଳ ନାହିଁ ଆମ ଭଲ ମନ୍ଦ ବୁଝିବାକୁ ଏ ଦୁନିଆ ରେ କେହି ନାହିଁ ।ଏ ସଂକ୍ରାନ୍ତ ରେ ବ୍ଲକ ଅଫିସ କୁ ବାର ବାର ଯିବା ସହ କିଛି ସୁଫଳ ମିଳିଲା ନାହିଁ ମିଳିଲା ମିଛ ପ୍ରତିଶୃତି । ଯଦି ନିସହାୟ ଗରିବ ଲୋକଙ୍କ ପାଇଁ ସରକାର ଙ୍କ ଯୋଜନା ସାତ ସପନ ତାହେଲେ ଏ ଯୋଜନା କାହା ପାଇଁ ? କାହାର ର ଅବହେଳା ପାଇଁ ଜଣେ ଆଦିବାସୀ ବିଧବା ମହିଳା ବିଧବା ଭତ୍ତା ରୁ ବଞ୍ଚିତ ତାହା ଏବେ ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କି ତୁରନ୍ତ ଏ ଅସହାୟ ବିଧବା କୁ ଭତ୍ତା ସହ ଅନ୍ୟାନ ଯୋଜନାରେ ଅନ୍ତର୍ଭୁକ୍‌ତ କରିବା ସହ ଅନ୍ତଦୟ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଉ। ଦେଖିବାକୁ ବାକି ରହିଲା କେବେ ମିଳୁଛି ସହାୟତା ଏବଂ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ ।

Leave a Reply

Your email address will not be published. Required fields are marked *