ପୁରୀ ସମୁଦ୍ରରୁ ମୁର୍ତ୍ତୃମୁଖରୁ ବର୍ତ୍ତିଲେ ପଶ୍ଚିମବଙ୍ଗ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ସ୍ନାନ କରିବା ସମୟରେ ଉଚ୍ଚ ଲହଡି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର 28 ବର୍ଷୀୟ ଯୁବକ ପ୍ରିୟଵ୍ରତ ଦାସ। ପ୍ରିୟବ୍ରତ ପରିବାର ସହ ପୁରୀ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଓ ଉଚ୍ଚ ଲହଡି ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ପରିବାର ଲୋକ ଏହା ଦେଖି ସ୍ଥାନୀୟ ଲାଇଫଗାର୍ଡଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ତାଙ୍କୁ ଗଭୀର ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା। ସେକ୍ଟର 12 ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁରକ୍ଷିତ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଦେବାପରେ ସେ ସୁସ୍ଥ ଥିବା ଜଣାପଡିଛି। କିଛି ଅମାନିଆ ପର୍ଯ୍ୟଟକ ଲାଇଫଗାର୍ଡଙ୍କ କଥା ନ ଶୁଣି ଗଭୀର ସମୁଦ୍ରକୁ ସ୍ନାନ କରିବାକୁ ଯାଉଥିବାରୁ ପ୍ରାୟ ଏଭଳି ଘଟଣା ଘଟୁଛି।

Leave a Reply

Your email address will not be published. Required fields are marked *