ବନ୍ଧା ହେଲେ ଆକ୍ରମଣକାରୀ, କଡାକଡି କରାଯିବ ପାଟ୍ରୋଲିଙ୍କ
ପୁରୀ ସଦରଥାନା ଅନ୍ତର୍ଗତ ଅଙ୍କି ପାଟଣା ଗ୍ରାମର ବାବୁ ବରାଳ ନାମକ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ପ୍ରସଙ୍ଗରେ ପୁରୀ ଏସପି ପ୍ରତୀକ୍ ସିଂ ପ୍ରତିକ୍ରିୟା ରଖିଛନ୍ତି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ଗିରଫ ଦୁଇଜଣ ଅଭିଯୁକ୍ତ ହେଉଛି ପାଣ୍ଡବ ବେହେରା ଓ ବିଜୁ ରାଉତ। ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୁତ୍ତ ମାନେ ଏଭଳି ଆକ୍ରମଣ କରିଥିବା ପୁରୀ ଏସପି କହିଛନ୍ତି। ଗତ 31 ତାରିଖ ରାତିରେ କିଛି ଦୁର୍ବୁତ୍ତ କିଭଳି ଅତି ଅମାନୁଷିକ ଭାବେ ଜଣେ ଯୁବକକୁ ଲୁହା ଜିଆଇ ପାଇପ୍ ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ଯୁବକର ଦୁଇ ଗୋଡ ଓ ହାତକୁ ଦୁର୍ବୁତ୍ତ ମାନେ ଲୁହା ପାଇପ୍ ରେ ଆକ୍ରମଣ କରି ଚୁନା କରିଦେଇଛନ୍ତି। ବୁଧିଆବର ଛକ କଳଘର ନିକଟରେ ଘଟିଥିଲା ଏହି ଘଟଣା। ପୁରୀ ସଦର ବ୍ଲକ୍ ଓ ଅନ୍ୟ ସମସ୍ତ ବ୍ଲକରେ ଅପରାଧ ରୋକିବାକୁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।
