ପୁରୀ ହସ୍ପିଟାଲରେ ଡ୍ୟୁଟି ସମୟରେ ମଦପିଇ ଡ୍ୟୁଟି କରିବା କର୍ମଚାରୀଙ୍କ ପାଇଁ ମାହାଙ୍ଗା ପଡିଲା

ପୁରୀଜିଲ୍ଲା ଯକ୍ଷ୍ମା ଓ ସଂକ୍ରମଣ ହସ୍ପିଟାଲରେ ମଦ ପିଇ ଡ୍ୟୁଟି କରିବା କର୍ମଚାରୀଙ୍କ ପାଇଁ ମାହାଙ୍ଗା ପଡିଛି | କାର୍ଯ୍ୟରତ ଆଟେଣ୍ଟାଟ ସତ୍ୟନାରାୟଣ ସ୍ବାଇଁଙ୍କୁ ପୁରୀରୁ ସାକ୍ଷୀଗୋପାଳ ସିଏଚସି କୁ ବଦଳି କରାଯାଇଛି। ଗତ କିଛି ଦିନ ତଳେ ଟିବି ହସପିଟାଲରେ କାର୍ଯ୍ୟ କରୁଥିବା ଶ୍ରୀ ସ୍ବାଇଁ କାର୍ଯ୍ୟ ଦିବସ ସମୟରେ ମାଦକ ଦ୍ରବ୍ଯ ସେବନ କରିଥିବା ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହୋଇଥିଲା।ଏହା ଜିଲ୍ଲାପାଳ ଦିବାଜ୍ୟୋତି ପରିଡାଙ୍କ ଦୃଷ୍ଟି କୁ ଆସିବା ପରେ ଏହା ଉପରେ ଶୂନ୍ୟ ସହନଶୀଳତା ନିତି ଗ୍ରହଣ ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ ପ୍ରାରମ୍ଭିକ ପଦକ୍ଷେପ ସ୍ବରୂପ ଆଟେଣ୍ଟାଟ ଶ୍ରୀ ସ୍ବାଇଁ ଙ୍କୁ ସାକ୍ଷୀଗୋପାଳ ସିଏଚସି କୁ ବଦଳି ସହ ଏଡିପିଏଚଓ ଡା ଲଲାଟେନ୍ଦୁ ମିଶ୍ର ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି।ତଦନ୍ତ ରିପୋର୍ଟ ଆଧାର ରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *