ଅପରେସନ ଅନ୍ବେଷଣରେ ପୁରୀ ପୋଲିସ 1 ନମ୍ବର

ପୁରୀ– ରାଜ୍ୟର ନମ୍ବର ୧ ଜିଲ୍ଲା ପୋଲିସ୍। ୫ ଦିନରେ ୪୫ ଶିଶୁ ଏବଂ ୫୦୪ ମହିଳାଙ୍କୁ ଉଦ୍ଧାର କରି ପୁରୀ ପୋଲିସକୁ ବଡ ସଫଳତା ମିଳିଛି। ପୁରୀ ପୋଲିସ୍ ପୁନର୍ବାର ଜନ ସାଧାରଣଙ୍କ ସୁରକ୍ଷା ପ୍ରତି ନିଜର ସଙ୍କଳ୍ପକୁ ପ୍ରମାଣ କରିଛି । ରାଜ୍ୟସ୍ତରରେ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ “ଅପରେସନ୍ ଅନ୍ବେଷଣର ମାତ୍ର ୫ ଦିନରେ ପୁରୀ ପୋଲିସ୍ ୪୫ ନିଖୋଜ ଶିଶୁ ଏବଂ ୫୦୪ ନିଖୋଜ ମହିଳାଙ୍କୁ ଖୋଜି ପରିବାରଙ୍କ ସହିତ ପୁନର୍ମିଳନ କରାଇଥିବାରୁ ଶତାଧିକ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି।ପୁରୀ SPଙ୍କ ନେତୃତ୍ୱରେ ଜିଲ୍ଲାରେ “ଅପରେସନ୍ ଅନ୍ବେଷଣ” ପରିକଳ୍ପିତ ହୋଇଥିଲା । ଏହାର ପ୍ରଧାନ ଉଦ୍ଦେଶ୍ୟ ଥିଲା ନିଖୋଜ ଶିଶୁ ଏବଂ ମହିଳାଙ୍କୁ ଟ୍ରେସ୍ କରି ସୁରକ୍ଷିତ ଭାବେ ପୁନର୍ବାସ କରାଇବା । ସମସ୍ତ ଥାନା ସହ ଏକ ସ୍ୱତନ୍ତ୍ର ଟିମ ଏଥିରେ ଭାଗ ନେଇଥିଲେ। ସମସ୍ତ ପୋଲିସ୍ ଷ୍ଟେସନ୍ ସହିତ ମହିଳା ଓ ଶିଶୁ ସେଲ୍, ସାଇବର ପୋଲିସ୍, ଏବଂ କ୍ରାଇମ୍ବ୍ରାଞ୍ଚ‌ର ସହଯୋଗ ଏଥିରେ ନିଷ୍ପତ୍ତିଜନକ ଭୂମିକା ନେଇଛି ।ଏହି ଅଭିଯାନର ସଫଳତାର ପଛରେ ଡିଜିଟାଲ୍ ଟ୍ରାକିଂ, ସରଭିଲାନ୍ସ୍, ସ୍ଥାନୀୟ ଗୁପ୍ତ ସୂଚନା, ଓ ଇଣ୍ଟର୍-ଷ୍ଟେଟ୍ ସମନ୍ୱୟର କାର୍ଯ୍ୟକୁଶଳ ବ୍ୟବହାର ହୋଇଥିଲା ବୋଲି ପୁରୀ ଏସପି କହିଛନ୍ତି |

Leave a Reply

Your email address will not be published. Required fields are marked *