ଜାଳେଣି କାଠ ଅଭାବ ପାଇଁ ଶ୍ରୀମନ୍ଦିର ମହାପ୍ରସାଦ ରନ୍ଧା ବନ୍ଦ ପାଇଁ ସୁଆର ମହାସୁଆର ନିଯୋଗର ଚେତାବନୀ

ଜାଳେଣି କାଠ ଏବଂ ସକାଳଧୂପରେ ମାତ୍ରାଧକ ପରିମାଣରେ ଭୋଗତୋଳା ଓ କ୍ଷତିପୂରଣ ସମ୍ପର୍କରେ ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ ପକ୍ଷରୁ ଗଜପତି ମହାରାଜାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ପୂର୍ବରୁ ରାଜ୍ୟସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଲିଖତ ଅଭିଯୋଗ କରିବା ପରେ ମଧ୍ୟ କୈାଣସି ଫଳପ୍ରଦ ସମାଧାନ ହେଉନାହିଁ । ସ୍ୱତଲିପି ଅନୁସାରେ ସକାଳଧୂପରେ ୬୯ ହାଣ୍ଡିକୁ ୧୦୦ କୁଡ଼ିଆ ଭୋଗ ତୋଳିବାର ନିୟମ ଥିଲେ ମଧ୍ୟ ସୁଆର ମହାସୁଆର ନିଯୋଗ ନୀତି ଶୃଙ୍ଖଳା ପାଇଁ ସକାଳଧୂପରେ ଭୋଗ ତୋଳୁ ନାହିଁ । ପାଳିଆ ଏବଂ ଅନ୍ୟ ସୁପକାର ମାନେ କୋଠଭୋଗରେ ପ୍ରସ୍ତୁତ କରି ମାତ୍ରାଧକ ପରିମାଣର ଭୋଗ ତୋଳିବା ଦ୍ବାରା ଭୋଗମଣ୍ଡପ ଠିକ୍ ସମୟରେ ସରୁନାହିଁ । ଏ ବାବଦରେ ନିଯୋଗକୁ କୈାଣସି କ୍ଷତିପୂରଣ ମଧ୍ୟ ମିଳୁନାହିଁ । ଯାହାଫଳରେ ନିଯୋଗକୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡ଼ୁଅଛି l ସେପଟେ ଶ୍ରୀମନ୍ଦିରକୁ ୨୫୧ କ୍ଵିଣ୍ଟାଲ କାଠ ଯୋଜନା ଥିବାବେଳେ ଶ୍ରୀମନ୍ଦିର ରୋଷକୁ ପ୍ରତ୍ୟେକଦିନ ମାତ୍ର ୩୫ କ୍ୱଇଣ୍ଟାଲ୍ କାଠ ଆସୁଛି ଆଉ ଅବଶିଷ୍ଟ କାଠ ସ୍ୱର୍ଗଦ୍ଵାରକୁ ଯାଉଅଛି । ଦୈନନ୍ଦିନ ଶ୍ରୀମହାପ୍ରସାଦ ରନ୍ଧା ପାଇଁ ୧୦୦ ରୁ ୧୨୦ କ୍ୱଇଣ୍ଟାଲ୍ କାଠ ଆବଶ୍ୟକ ପଡ଼ୁଅଛି । ବିଶେଷ ଦିନ ମାନଙ୍କରେ ୧୨୦ ରୁ ୧୫୦ କୁଇଣ୍ଟାଲ କାଠ ବ୍ୟବହାର କରାଯାଉଛି । ଯଦି ଆସନ୍ତା କାର୍ତ୍ତିକ ବ୍ରତରେ କାଠର ସମସ୍ୟା ସମାଧାନ କରା ନ ଯାଏ ତେବେ ହବିଷ୍ୟାଳି ବ୍ରତଧାରୀ ଓ ଭକ୍ତମାନଙ୍କ ନିମନ୍ତେ ମହାପ୍ରସାଦ ରାନ୍ଧିବାରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ ବୋଲି ସୁଆର ମହାସୁଆର ନିଯୋଗର ସମ୍ପାଦକ ମତ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *