ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରାଞ୍ଚଳ DIG ସତ୍ୟଜିତ ନାୟକ

ନୂତନ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଓଡିଶା ପୋଲିସ ବିଭାଗର କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ ସତ୍ୟଜିତ ନାୟକ ଆଜି ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ୟ ପୂଜ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି l ଏହା ସହ ମଠର ଆଭ୍ୟନ୍ତରୀଣ ଓ ଗୁରୁଜୀଙ୍କ ସୁରକ୍ଷା ବିଷୟରେ ମଠର ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମୀକ୍ଷା କରିଥିଲେ l

ସାରା ରାଜ୍ୟରେ ସନାତନ ଗୁରୁ ପରମ୍ପରାର ପ୍ରମୁଖ ପୀଠ ଗୋବର୍ଦ୍ଧନ ପୀଠ ହୋଇଥିବାରୁ ଏହାର ସୁରକ୍ଷା ଓ ଗୁରୁଜୀ ଶଙ୍କରାଚାର୍ୟଙ୍କ ସୁରକ୍ଷା ସର୍ବୋପରି ଏଥିପ୍ରତି ରାଜ୍ୟ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଓ ସେ ନିଜେ ବ୍ୟକ୍ତିଗତ ଭାବେ ଦୃଷ୍ଟି ରଖିବେ ବୋଲି ମତ ପ୍ରକାଶ କରିଥିବାର ଶ୍ରୀଶଙ୍କରାଚାର୍ୟ-ଗୋବର୍ଦ୍ଧନ ପୀଠର ସୂଚନା ଓ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *