ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ
ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଯାଇଥିଲା । ବୈଠକରେ ନୂତନ ଭାବେ 14 ଗୋଟି ସବକମିଟି ଗଠନ ହୋଇଛି। ସେଥିମଧ୍ୟରୁ ଅର୍ଥ,,ନୀତି,,ରତ୍ନଭଣ୍ଡାର,, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ କରାଯାଇଛି । ସୁରକ୍ଷା କମିଟିରେ ଗିରିଶ୍ ମୁର୍ମୁ ଅଧକ୍ଷ,,ଜିଲ୍ଲାପାଳ,, ଏସପି,,ସେବାୟତ ମାନେ ସଦସ୍ୟ ରହିଛନ୍ତି । ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି। ଶ୍ରୀ ଜଗନ୍ନାଥ ତତ୍ୱ ଗବେଷଣା ଓ ପ୍ରକାଶନ ସବକମିଟି ଗଠନ ସେବକ କଲ୍ୟାଣ ପାଇଁ ସବକମିଟିରେ ଜିଲ୍ଲାପାଳ ଅଧକ୍ଷ,,ଏସପି ସଦସ୍ୟ,, ଅତରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ,,, କିଛି ସେବାୟତ ସଦସ୍ୟ ରହିବେ। ଭୂମି ସବକମିଟି ବା ଲ୍ୟାଣ୍ଡ ସବକମିଟି ଗଠନ ହୋଇଛି। ମୁଖ୍ୟ ପ୍ରଶାସକ ଅଧକ୍ଷ,,ଜିଲ୍ଲାପାଳ,,, ଦେବୋତ୍ତର କମିଶନର ସଦସ୍ୟ ରହିବେ। ପ୍ରକଳ୍ପ ସାଂସ୍କୃତିକ ସବକମିଟି ଗଠନ। ଯାହାକିଛି କାରୁକାର୍ଯ୍ୟ ହେଉଛି,,ଗଜପତି ମହାରାଜା ଅଧକ୍ଷ,,,ଅନ୍ୟମାନେ ସହ ମନୋନୀତ ସଦସ୍ୟ ରହିବେ। ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ଟ୍ରଷ୍ଟ ବୋର୍ଡ ସବକମିଟିରେ ଜିଲ୍ଲାପାଳ ଅଧକ୍ଷ ରହିବେ। ସଂସ୍ଥା ସବକମିଟିରେ ଜିଲ୍ଲାପାଳ ଅଧକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ସଭ୍ୟ ରହିବେ। ବିଧି ସବକମିଟି ଓ ନୂତନ ପ୍ରସ୍ତାବ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଶଂସୋଧନ ପାଇଁ ମୁଖ୍ୟ ପ୍ରଶାସକ ଅଧକ୍ଷ ଓ ଅନ୍ୟମାନେ ସଭ୍ୟ ରହିବେ। ଭୂସମ୍ପତ୍ତିର ସୁରକ୍ଷା ପାଇଁ ଓକିଲ ନିଯୁକ୍ତି କରାଯିବ । ନୀତି ସମନ୍ୱୟ କମିଟିରେ ନୀତି ପ୍ରଶାସକ ଅଧକ୍ଷ ରହିବେ,,,ନୀତି ସବକମିଟିର ମନୋନୀତ ସଦସ୍ୟ ରହିବେ। ନାଟମଣ୍ଡପରେ ଧାଡି ଦର୍ଶନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇ ଖୁବଶୀଘ୍ର ଏହା ଲାଗୁ କରାଯିବାକୁ ନିଷ୍ପତି ହୋଇଛି । ଜିଲ୍ଲାପାଳ,, ଏସପି,,5 ଜଣ ସେବକ ପ୍ରତିନିଧି,, ଓବିସିସି,,ଏଏସଆଇ ପ୍ରତିନିଧି ଧାଡି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିବେ। ଧାଡି ଦର୍ଶନ ପାଇଁ ନୀତିକାନ୍ତି ପ୍ରଭାବିତ ଯେଉଁଭଳି ନ ହେବ ତା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ଦିଆଯାଇଛି । କମିଟି ଏକ SOP କରିବ। ତାପରେ ଆରମ୍ଭ ହେଵ ଧାଡି ଦର୍ଶନ ବ୍ୟବସ୍ଥା। ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି। ତା ପାଇଁ ଏକ SOP କରାଯିବ। ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଓ ଦୀଘାରେ ଜଗନ୍ନାଥ ଧାମ୍ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି। ଆସନ୍ତା 6 ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରେସବିଞ୍ୟପ୍ତି କରାଯିବ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ। ପରବର୍ତ୍ତୀ ପର୍ଯ୍ୟାୟରେ ଇସ୍କନର ଗଭର୍ଣ୍ନିଂବଡି ପାଖକୁ ପଠାଯିବ। ଜଗନ୍ନାଥ ଧାମ୍ ଶବ୍ଦର କୌଣସି ଅପବ୍ୟବହାର କରାଯାପାରିବ ନାହିଁ। ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି। ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ଉପରେ ମଧ୍ୟ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ l
