ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ କୁଶପୁତଳିକା ଦାହ
Date-03/09/25*-ବିହାରର ଏକ ସଭାରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ନେତୃବୃନ୍ଦ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ ଭାଷଣ ମାଧ୍ୟମରେ ଅସମ୍ମାନୀତ କରିବା ଘଟଣାରେ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ସ୍ଥାନୀୟ ଥାନା ଛକ ନିକଟରେ ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ବିରୋଧରେ ନାରାବାଜି କରିଥିଲେ । କଂଗ୍ରେସ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର୍ଗବାସୀ ମାଆଙ୍କ ନାମ ନେଇ ଅପମାନ ସୂଚକ ମନ୍ତବ୍ୟ ଦେଇ ନାହାନ୍ତି ବରଂ କଂଗ୍ରେସ ମହିଳା ଜାତି ଓ ସାରା ଭାରତବର୍ଷର ମାଆଙ୍କ ପ୍ରତି ଅପମାନ ଦେଇଥିବା ବେଳେ ତାର ଜବାବ ଭାରତବାସୀ ଦେବେ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ।
