ସାରର ସୁଷମ ବଣ୍ଟନ ସହିତ କଳା ବଜାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ସାରର ସୁଷମ ବଣ୍ଟନ ସହିତ କଳା ବଜାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କଲେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି———————————ଜଗତସିଂହପୁର ଜିଲ୍ଲା ରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ଶୁକ୍ରବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଶ୍ରୀତରୁଣ ବେହେରା ଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି।ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୫ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୬ ହଜାର ୧୩୩ ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର୩ ହଜାର ୫ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୨ହଜାର ୨୭୦ ମେଟ୍ରିକ୍ ଟନ୍ ସାର ଆସିଛି। ଏମପିକେଏସ ସାର ୪ ହଜାର ୧ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୩ ହଜାର ୫୭୨ ମେଟ୍ରିକ୍ ଟନ୍ ସାର ଆସିଛି। ଏମ ଓ ପି ସାର ୧ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୭୫୪ ମେଟ୍ରିକ ଟନ୍ ଆସିଛି। ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆବଶ୍ୟକତା ମୂତାବକ ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ଜଗତସିଂହପୁର ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ। କଟକ ଜିଲ୍ଲା ରେ ୨୭ ହେଲସେଲର ଙ୍କ ମାଧ୍ୟମରେ ୨୧୩ ଜଣ ସରକାରୀ ସୃକୃତିପ୍ରାପ୍ତ ଡିଲର୍ ଓ ୮୮ ଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କୁ ଶୃଙ୍ଖଳିତ ଭାବେ ସାର ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ସାର ମନୁଷ୍ୟକୃତ ଅଭାବୀ ବିକ୍ରି ପାଇଁ ଓ କଳା ବଜାରି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି।ଜଗତସିଂହପୁର ଜିଲ୍ଲାରେ ଆବଶ୍ୟକତା ଠାରୁ ପର୍ଯ୍ୟାପ୍ତ ପରିମାଣର ସାର ସରକାର ଯୋଗାଇ ଦେଇଥିବା ବେଳେ କିଛି କୁଚକ୍ରୀ ତଥା ଅସାଧୁ ଡିଲର ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ ଚଳାଇ ଥିବା ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି । କଟକ ଜିଲ୍ଲାରେ ସାର ବଣ୍ଟନ ରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା ୬ ଜଣ ଡିଲର କଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି ଆଲୋଚନା ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ହୃଷୀକେଶ ଜେନା, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ସଂଯୋଜକ ସୁଶ୍ରୀ ଜୟ ଲକ୍ଷ୍ମୀ ମହାନ୍ତି , ବିବେକାନନ୍ଦ ହୋତା, ସୂର୍ଯ୍ୟାବ୍ରତ ପରିଜା, ପ୍ରଶାନ୍ତ କୁମାର ପଣ୍ଡା, ପ୍ରତିମା ମହାନ୍ତି, ଭ୍ରମରବର ଗୋଚ୍ଛାୟତ, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *