ମହିଳାମାନ ଙ୍କୁ ସ୍ଵାବଲମ୍ବୀ ପ୍ରସିକ୍ଷଣ।
ରଘୁନାଥପୁର ତା ୪/୯:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସ୍ଥାନୀୟ ମଦନମୋହନ ମଠ ପରିଷରରେ ଗୁରୁବାର ମହିଳାମାନ ଙ୍କୁ ନେଇ ଏକ ସ୍ବାବଲମ୍ବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏମଏସଏମଇ ଓ ଡିଆସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ରାଜକିଶୋର ବେହେରା ଯୋଗ ଦେଇଥିବାବେଳେ ଏଥିରେ ମଣ୍ଡଳ

ସଭାପତି ସ୍ବରାଜ ସାମଲ,ପୂର୍ବତନ ଜିଲ୍ଲାପରିଷଦ ସରୋଜ କାନ୍ତ ସ୍ବାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା,ଯୋଗଦେଇଥିଲେ।ଜଇପୁର ମଣ୍ଡଳ ସଂମ୍ପାଦିକା ପ୍ରିୟଙ୍କା ମହାପାତ୍ର ଙ୍କ ନେତୃତ୍ୱ ରେ ଶହଶହ ମହିଳା ଯୋଗଦେଇ କିପରି ସ୍ବାବଲମ୍ବୀ ହୋଇପାରିବେ ଶିବିର ରେ ପ୍ରଶିକ୍ଷଣ ନେଇଥିଲେ।
