ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ତା.୦୫.୦୯.୨୦୨୫ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରା, ଶିକ୍ଷକ ପଞ୍ଚାନନ ମାଝୀ, ମୋହନ ପଧାନ, ସୁବଳ ଠାକୁର, ରାମ କୁମାର ପଟେଲ, ଏବଂ ଶିକ୍ଷୟିତ୍ରୀ ନିହାରୀକା ଯୋଷୀ, ନିବେଦିତା ପାଣିଗ୍ରାହୀ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମୃତି ଚାରଣ କରିବା ସହ ଗୁରୁଙ୍କୁ ସମଗ୍ର ସମାଜର ମାର୍ଗଦର୍ଶକ ଭାବରେ ମତ ବ୍ୟକ୍ତ କରିଥିଲେ । ଛାତ୍ରୀ ସୁଚିତ୍ରା ଛତର, ଆକୃତି ଥପା, ମୋନିକା ପଧାନ, ଚନ୍ଦ୍ରିକା ସାହୁ, ଯାଜ୍ଞସେନୀ ଅମରୀ ଓ ସ୍ନେହା ପୋଢ଼ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶିକ୍ଷକ ଅର୍ଜୁନ ତାଣ୍ଡି, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ, ମନୋଜ କୁମାର ପାଢୀ, ଶିକ୍ଷୟିତ୍ରୀ ମୋନାଲିସା ଠାକୁର, ମାମି ପଧାନ, ସ୍ଵପ୍ନାରାଣୀ ଭୋଇ, ସସ୍ମିତା ସାହୁ, କନିଷ୍ଠ ସହାୟକ ବୈଲୋଚନ ସେଠ ଏବଂ ଭୋଳାନାଥ ଛତର କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ଶିକ୍ଷକ ତିଲୋତ୍ତମ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *