ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର।
କଙ୍କଡ଼ାହାଡ଼ – ଲଗାଣ ବର୍ଷାରେ କେତେ ଧନ ଜୀବନ ନଷ୍ଟ ହେବାରେ ଏବେ ଘର ଭୁଶୁଡ଼ି ଯିବା ଘଟଣା ନଜରକୁ ଆସିଛିଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରୋଜୋଲି ପଂଚାୟତର କେନ୍ଦୁମୁଣ୍ଡା ଗ୍ରାମର ଦୁଇ ପରିବାର ମଧ୍ୟ ରାତ୍ରରେ ଖାଇ ଶୋଇ ଥିବା ସମୟରେ ଘଟିଛି ଅଘଟଣ, ମାରୁଆ ମହାନ୍ତ ଓ ଗୋଲାପମୁଣ୍ଡାଙ୍କ ମାଟି କାନ୍ଥ ସହ ସିମେଣ୍ଟ ଟାଇଲି ଘରଟି ଭୁଶୁଡ଼ି ଯାଇଛି, ଦୁଇ ପରିବାର ର ଆଠଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି,ସମସ୍ତେ ଅଳ୍ପକେବର୍ତ୍ତୀ ଯାଇଛନ୍ତି ,ପାଖ ପଡୋଶୀ ଖବର ପାଇ ଦୁଇ ପରିବାର ଙ୍କୁ ଦେଖା ଶୁଣା କରିଥିବା ବେଳେ ପ୍ରଶାସନ କିମ୍ବା

ସ୍ଥାନୀୟ ଜନ ପ୍ରତିନିଧି ପହଞ୍ଚି ନଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି,ଖୋଲା ଆକାଶ ତଳେ କିପରି ରହିବେ ତାହାକୁ ନେଇ ଚିନ୍ତାରେ ପରିବାର ବର୍ଗ ,ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହ ଯୋଗା ଯୋଗ ହେବାରେ କଙ୍କଡାହାଡତହସିଲଦାର ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିବା ସୁଚନା ଦେଇଛନ୍ତି ।
