ଓଡ଼ଗାଁ ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

ଓଡ଼ଗାଁ-ତା୦୫/୦୯ /୨୫ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁଦିବସ ମହାସମାରୋହରେ ପାଳନ କରାଯାଇଛି । ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗୁରୁ ଦିବସର ଏକ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରାଯାଇଛି ସେହିପରି ଗୋପୀନାଥ ହାଇସ୍କୁଲ ଗୋଡ଼ିପଲ୍ଲୀ, ସତ୍ୟବାଦୀ ହାଇସ୍କୁଲ ଚଡୟାପଲ୍ଲୀ, ନାରାୟଣ ହାଇସ୍କୁଲ ଶରଣକୁଳ, ବାଳିକା ଉଚ୍ଚବିଦ୍ୟାଳୟ ଶରଣକୁଳ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶରଣକୁଳ, କେଏସବି ପବ୍ଲିକ ସ୍କୁଲ ,ସୋଲପଟା ନୋଡାଲ ହାଇସ୍କୁଲ,ମଗରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋଡିପଡା ସର୍ଦାର ବଲ୍ଲଭ ହାଇସ୍କୁଲ,ନନ୍ଦିଘର ଜବାହରଲାଲ ବିଦ୍ୟାପୀଠ,ରାଧାକାନ୍ତ ବାଳିକା ହାଇସ୍କୁଲ ଓଡ଼ଗାଁ, Branch ବିଦ୍ୟାପୀଠ ଓଡ଼ଗାଁ,ଦୋଣ୍ଡର ଉଚ୍ଚ ପ୍ରାଥମିକ,ରୋହିବଙ୍କ ଉଚ୍ଚ ବିଦ୍ୟାଳୟ,ନିଳକଣ୍ଠ ପ୍ରାଥମିକ ବିଦ୍ୟାଳୟ,ଶରଣକୁଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଭୁତିରେ ଗୁରୁଦିବସ ପାଳନ କରାଯାଇଛି।ଛାତ୍ରଛାତ୍ରୀ ମାନେ ମହାମନିଷି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଗୁରୁବନ୍ଦନା କରିଥିଲେ ।ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଇଥିଲା ।ବିଦ୍ୟାଳୟରେ ଗୁରୁଜୀ ଗୁରୁମା ଓ ଅତିଥିମାନେ ବିଭିନ୍ନ ଉଦାହରଣ ସହିତ ସମାଜରେ ଗୁରୁମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *