ମହିମା ଆଶ୍ରମରେ ନବାନ୍ନ ଉତ୍ସବ 🌴
ରଘୁନାଥପୁର,-ତା ୦୬/୦୯/୨୦୨୫:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିରାଟ କଟକ ର ( ବଡଟୁଙ୍ଗି) ମହିମା ଆଶ୍ରମ ଠାରେ ମହାସମାରୋହରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମ ଅବଧୂତ ବେଣୁଧର ବାବା ଏବଂ ସାଧୁ ଅନନ୍ତ ଦାସ ଯୋଗଦେଇ ମହିମା ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତ ସମୟରେ ନୂଆ ଚୁଡ଼ା, ଗୁଡ଼, ଗୁଆ ଘିଅ,ମହୁ, ବିଭିନ୍ନ ସୁସ୍ୱାଦୁ ଫଳ ତଥା ଶ୍ରୀଫଳ,ସେଓ, ଅଙ୍ଗୁର, ପାଚିଲା କଦଳୀ, ଦହି ଛେନା ଆଦିରେ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯାଇ ଥିଲା। ଏହାପରେ ସିଦ୍ଧ ସାଧୁ ବାବା ଓ ଆଖପାଖ ଅଞ୍ଚଳ ରୁ ଆସିଥିବା ମହିମା ଧର୍ମ ଆଶ୍ରିତ ଭକ୍ତ ମାନଙ୍କ ଗହଣରେ ଉକ୍ତ ନବାନ୍ନ କୁ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିରାଟ କଟକ ର ମହିମା ଆଶ୍ରିତ ଭକ୍ତମାନେ ପରିଚାଳନା କରିଥିଲେ।
