ଦିବ୍ୟାଙ୍ଗ ଭକ୍ତଙ୍କ ଡାକ ଶୁଣିଲେ କାଳିଆଠାକୁର
ଦିବ୍ୟାଙ୍ଗ ଭକ୍ତଙ୍କ ଡାକ ଶୁଣିଲେ କାଳିଆଠାକୁର, ମେଲରେ ଯାଇଛି Ar – ଶେଷରେ ଦିବ୍ୟାଙ୍ଗ ଭକ୍ତଙ୍କ ଦୁଖଃ ଶୁଣିଲେ ମହାପ୍ରଭୁ । ଏବେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଦିବ୍ୟାଙ୍ଗ ଭକ୍ତଙ୍କୁ ମିଳିବ ଜଗା ଦର୍ଶନ | ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଛି ବିସ୍ତୃତ ଆଲୋଚନା। ହୋଇଛି | ଏଣିକି ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତମାନେ ଉତ୍ତରଦୁଆର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କ ଦର୍ଶନ କରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ପାଇଁ ଏକ କମିଟି ଗଠନ ହୋଇଥିବା ବେଳେ ଖୁବଶୀଘ୍ର ଏକ ଏସଓପି ଆସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପଟେ ଆଗାମୀ ନବକଳେବର ସମୟରେ ଉତ୍ତରଦୁଆରେ ଦାରୁଶଗଡି ଯିବାକୁ ଅସୁବିଧା ହେଲେ ଦିବ୍ୟଙ୍ଗ ଭକ୍ତଙ୍କ ପାଇଁ ନିର୍ମାଣ ହୋଇଥିବା ରାମ୍ପକୁ ଭାଙ୍ଗିବାକୁ ପ୍ରସ୍ତାବ ଦେଇଛନ୍ତି ଦଇତାପତି ନିଯୋଗ ସଭାପତି,,, ଯାହାକୁ ପରିଚାଳନା କମିଟି ଗ୍ରହଣ କରିଛି। ଉତ୍ତରଦୁଆରେ ହୁଇଲ୍ ଚେୟାର ବ୍ୟବସ୍ଥା ବଦଳରେ ପିଠିଆ ବ୍ୟବସ୍ଥା କିମ୍ବା କାଠ ଚେୟାରରେ ବସାଇ ସେମାନଙ୍କୁ କିଛି ସମୟ ପାଇଁ ଦର୍ଶନ ସୁବିଧା ଦିଆଯାଉ କହିଛନ୍ତି ବରିଷ୍ଠ ସେବାୟତ। ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ପାଇଁ ଖୁବଶୀଘ୍ର ଆସିବ SOP। ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଦିବ୍ୟାଙ୍ଗ ଭକ୍ତମାନେ ହୁଇଲ୍ ଚେୟାର ଯୋଗେ ଶ୍ରୀମନ୍ଦିର ଭିତରକୁ ଯାଇନପାରି ପତିତପାବନଙ୍କୁ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏସବୁ ଭିତରେ ଗୁରୁତର ଅସୁସ୍ଥ ହୋଇପଡିଥିବା ଏହି ଦିବ୍ୟାଙ୍ଗ ମା ଙ୍କ ଉପରେ ଟିକିଏ ନଜର ପକାନ୍ତୁ। ତାଙ୍କର କିଡନି ଫେଲ୍ ହୋଇଥିବା ବେଳେ ସେ ଜଣେ ହାର୍ଟ ପେସେଣ୍ଟ,,,,ଚେତା ଅଛି,, କିନ୍ତୁ କିଛି କହିପାରୁନାହାନ୍ତି। ପରିବାର ଲୋକେ ତାଙ୍କୁ ହୁଇଲ୍ ଚେୟାରରେ ଆଣି ପତିତପାବନଙ୍କ ଦର୍ଶନ କରାଇଛନ୍ତି। ଏଭଳି ଅନେକ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଥିବା ନଜିର୍ ରହିଛି। ତେଣୁ ଦିବ୍ୟାଙ୍ଗ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଖୁବଶୀଘ୍ର ଦର୍ଶନ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି |ବାଇଟ୍1- ଅରବିନ୍ଦ ପାଢୀ,,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକବାଇଟ୍2-ନିରଞ୍ଜନ ରଥ,,,ବୁଦ୍ଧିଜୀବୀବାଇଟ୍3- ଦିବ୍ୟାଙ୍ଗ ଭକ୍ତବାଇଟ୍4-ଦିବ୍ୟାଙ୍ଗ ଭକ୍ତଙ୍କ ସମ୍ପର୍କୀୟଭିଓ- ସେପଟେ ଖୁବଶୀଘ୍ର ନାଟମଣ୍ଡପରେ ଦିବ୍ୟାଙ୍ଗ ଭକ୍ତମାନେ ମଧ୍ୟ ଧାଡି ଦର୍ଶନ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯିବେ କିଭଳି ତାକୁ ନେଇ ଉଠିଛି ପ୍ରଶ୍ନ। କାଠ ନିର୍ମିତ ହୁଇଲ୍ ଚେୟାର୍ ଶ୍ରୀମନ୍ଦିର ଭିତରକୁ ବାରଣ ରହିଥିବା ଓ ପରମ୍ପରା ବିରୋଧୀ ହୋଇଥିବା ବେଳେ ପୂର୍ବ ନିଷ୍ପତ୍ତି ମୁତାବକ ପିଠିଆଙ୍କ ଦ୍ବାରା କିମ୍ବା କାଠ ନିର୍ମିତ ସାଧାରଣ ଚେୟାରରେ ଦିବ୍ୟାଙ୍ଗ ମାନଙ୍କୁ ବସାଇ ଶ୍ରୀମନ୍ଦିର ଭିତରକୁ ନିଆଯାଇପାରିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ଦୁର୍ଗାଦାସ ମହାପାତ୍ର। ଟିକିଏ ଭଲକରି ନଜର ପକାନ୍ତୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅତୀତରେ ହୋଇଥିବା ଏହି ସ୍ୱତନ୍ତ୍ର କାଠ ଚେୟାରକୁ। ଯେଉଁ ଚେୟାରରେ ଜଣେ ଦିବ୍ୟାଙ୍ଗ ଭକ୍ତ ବସିପାରିବେ ଓ ତାଙ୍କୁ କିଛିଜଣ ସ୍ୱଚ୍ଛାସେବୀ ବୋହିବୋହି, ନେଇ ମହାପ୍ରଭୁଙ୍କ ଦର୍ଶନ କରାଇପାରିବେ। ଅନ୍ୟପଟେ ଶ୍ରୀମନ୍ଦିର ଏକ ନୀତିବହୁଳ ମନ୍ଦିର ହୋଇଥିବାରୁ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ କିଛି ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଉ ବୋଲି କହିଛନ୍ତି ବରିଷ୍ଠ ସେଵାୟତ। ଆଗାମୀ ନବକଳେବର ସମୟରେ ଦାରୁଶଗଡି ପ୍ରବେଶ ପାଇଁ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୋଇଥିବା ରାମ୍ପକୁ ଭଙ୍ଗାଯିବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ତଥା ଦଇତାପତି ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର। ସେପଟେ ଦାରୁଶଗଡି ପ୍ରବେଶ ପାଇଁ କୌଣସି ଅସୁବିଧା ନଥିବା କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ।
