ବ୍ରହ୍ମପୁର ଭାରତୀୟ ଜୀବନ ବୀମା ନିଗମ ଶାଖା-୧ ଅଭିକର୍ତ୍ତା ସଂଘର ବାର୍ଷିକ ଉତ୍ସବ ତଥା ସାଧାରଣ ପରିଷଦ ବୈଠକ ।

ବ୍ରହ୍ମପୁର—ବ୍ରହ୍ମପୁର ଭାରତୀୟ ଜୀବନ ବୀମା ନିଗମ ଶାଖା-୧ ଅଭିକର୍ତ୍ତା ସଂଘର ବାର୍ଷିକ ଉତ୍ସବ ତଥା ସାଧାରଣ ପରିଷଦ ବୈଠକ ଗୁରୁବାର ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ସଂଘ ସଭାପତି ଵାଲାଜୀ ବିଷୋୟୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଡିଭିଜନର ମୂଖ୍ୟ ପରିଚାଳକ ଗଂଜି ପ୍ରସାଦ ମୂଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ସଂଗଠନର ଶୃଙ୍ଖଳା କମିଟିର ଉପାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ,ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ମ୍ୟାନେଜର ଲଳିତ କୁମାର ପାତ୍ର, ,ଡିଭିଜନ କୋଷାଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକ, ମୂଖ୍ୟ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସଂଘ ସମ୍ପାଦକ ଅଶୋକ ମହାରଣା,କୋଷାଧ୍ୟକ୍ଷ ରବୀନ୍ଦ୍ର ପାଢ଼ୀ ,ଉପଦେଷ୍ଟା ତୁସାରକାନ୍ତ ରଥ , ,ମହେଶ୍ବର ପୃଷ୍ଟି, ପ୍ରଦୀପ ପାତ୍ର,,ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ । । ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ବିଶ୍ୱ ଶାନ୍ତି , ଦିବଂଗତ ଅଭିକର୍ତ୍ତା ଟି. ଆନନ୍ଦରାଓ ସୁବୁଦ୍ଧି ଏବଂ ଅନ୍ୟ ଅଭିକର୍ତ୍ତାଙ୍କ ଉର୍ଦ୍ଧେଶ୍ୟରେ ଦୁଇମିନଟର ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ସମ୍ପାଦକ ଅଶୋକ ମହାରଣା ବାର୍ଷିକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ସଂଘ କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପାଢୀ ବାର୍ଷିକ ବ୍ୟୟ ରିପୋର୍ଟ ପଠନ କରିଥିଲେ ।

ଉପସ୍ଥିତ ଅତିଥି ମାନେ ଅଭିକର୍ତ୍ତା ସଙ୍ଗଠନର ଏବଂ ଅଭିକର୍ତ୍ତାଙ୍କ ଉତରୋତ୍ତର ଉନ୍ନତି କାମନା କରିଥିଲେ । ଶେଷରେ ପି.ଡିଲିରାଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ବିଷୋୟୀ, ମନୋଜ ବେହେରା,ବିପ୍ର ଚରଣ ବେହେରା,ରାମଚନ୍ଦ୍ର ପାଢ଼ୀ,ଏସ.ମୁରଲୀଧର,ରୁଦ୍ର ରେଡ୍ଡୀ,ପ୍ରଶାନ୍ତ ପାଣିଗ୍ରାହୀ,ସୀମାଞ୍ଚଳ ଜେନା,ମାଧବ ବିଶ୍ୱାଳ,ହରିହର ସାହୁ,ଲଳିତ ମୋହନ ବିଷୋୟୀ,ଟି. ଉମାପତି,ଭଗବାନ ପୂଜାରୀ,ଏମ. ଗୋପାଳ ରାଓ,ନରସିଂହ ପାଢ଼ୀ,ବାବୁ ପ୍ରସାଦ ପ୍ରଧାନ,କାହ୍ନୁ ଚରଣ ବାଡ଼ତ୍ୟା,ତ୍ରିନାଥ ରାଉଳ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଅଭିକର୍ତ୍ତା ଭାଇ ଭଉଣୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ । ସଂଘର ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ମହେଶ୍ବର ପୃଷ୍ଟି ସଭାପତି ଓ ଟି. ଉମାପତି ସମ୍ପାଦକ ଭାବେ ଦାୟିତ୍ୱ ନେଲେ ।

Leave a Reply

Your email address will not be published. Required fields are marked *