ଶ୍ରୀଗୁରୁ ପୂଜନ ସମିତି ପକ୍ଷରୁ ବାଣୀ କ୍ଷେତ୍ରର ପଣ୍ତିତ ବାସବ ନନ୍ଦ ଙ୍କୁ ସମ୍ବର୍ଦ୍ଧନା

ଶ୍ରୀଗୁରୁ ପୂଜନ ସମିତି ପକ୍ଷରୁ ବାଣୀ କ୍ଷେତ୍ରର ପଣ୍ତିତ ବାସବ ନନ୍ଦ ଙ୍କୁ ସମ୍ବର୍ଦ୍ଧନା

ତିର୍ତ୍ତୋଲ:ଝଙ୍କଡ଼ ସାରଳା ମଣ୍ଡଳ ର ସାରସ୍ୱତ ସାଧକ ତଥା ସଂସ୍କୃତ ପଣ୍ତିତ ବାସବ ନନ୍ଦ ଙ୍କୁ ସାଲେପୁର ସ୍ଥିତ ଶ୍ରୀଗୁରୁ ପୂଜନ ସମିତି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଗରୁ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଵାରୁ , ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର , ଶାଶ୍ଵତ ସାହିତ୍ୟ ଅନୁଷ୍ଠାନ , ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ଅନୁଷ୍ଠାନ, ଜଗତସିଂହପୁର ଜିଲ୍ଲାର ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଶାଖା ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ତରଫରୁ ପଣ୍ତିତ ନନ୍ଦ ଙ୍କୁ ଏହି ସମ୍ବର୍ଦ୍ଧନା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସାଲେପୁର ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ, ଗତ ଶନିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ଏହି ଉତ୍ସବରେ ରାଷ୍ଟ୍ରୀୟ ଲୋକସେବକ ମଣ୍ଡଳର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ତିରୁପତିର ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ ମୂଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ , ଲୋକକବି ଡଃ କାଳୀ ପ୍ରସନ୍ନ ଶତପଥୀ ମଞ୍ଚମଣ୍ଡନ କରିଥିଲେ। ଶ୍ରୀଗୁରୁ ପୂଜନ ସମିତି ର ସଭାପତି ଅକ୍ଷୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ରାଜ୍ୟର ବିଭି୍ନପ୍ରାନ୍ତରୁ ଆସିଥିବା ସୁଦକ୍ଷ ପ୍ରତିଭାବାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପଣ୍ତିତ ବାସବ ନନ୍ଦ ଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଚୟନ କରାଯାଇଥିବାରୁ ଝଙ୍କଡ଼ ସାରଳା ମଣ୍ଡଳ ର ଅଧିବାସୀ ମାନେ ସମିତିର ପରାମର୍ଶଦାତା ଓ କର୍ମକର୍ତ୍ତା ମାନଙ୍କୁ ମଧ୍ଯ ଧନ୍ୟବାଦ୍ ଜଣାଇଛନ୍ତି, ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଡଃ ଗୌତମ ମହାରଣା ଙ୍କ ସମେତ,କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *