ବନ୍ୟା ଜଳରେ ଏଲ.ଆଣ୍ଡ.ଟି ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ତିର୍ତ୍ତୋଲ:- ଜଗତସିଂହପୁର ଜିଲ୍ଲାର ପ୍ରତି ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି | ରାଷ୍ଟ୍ରାୟତ କମ୍ପାନୀ ଏଲ.ଆଣ୍ଡ.ଟି ଏହି ପ୍ରକଳ୍ପ କାର୍ଯ୍ୟାଦେଶ ପାଇଛି | ପ୍ରାୟତଃ ଗାଁ ଗୁଡିକରେ ପାଇପ ବିଛା ଶେଷ ଅବସ୍ଥାରେ ଥିବାବେଳେ ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ନିକଟ ମହାନଦୀ ପାଳନ୍ଦା ରେ ଏହାର ମୁଖ୍ୟ ବିତରଣ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁଅଛି | ଗତକାଲି ହଠାତ ମହାନଦୀ ରେ ବନ୍ୟାଜଳ ଆସିଯାଇଛି, ଫଳରେ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ବାଲି, ସିମେଣ୍ଟ, ପ୍ଲାୟ ସମେତ କିଛି ଷ୍ଟିଲ ଏବଂ ଲୁହା ଫ୍ରେମ ବନ୍ୟାଜଳ ରେ ଭାସିଯାଇଥିବା ଦେଖିବାକୁ ମିଳିଛି | ତା ସହିତ ଶ୍ରମିକ ମାନଙ୍କ ନିମନ୍ତେ ତିଆରି ହୋଇଥିବା ଅସ୍ଥାୟୀ ଗୃହ ପାଣିରେ ବୁଡିଯିବା ଫଳରେ ସେମାନଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଭାସିଯାଇଛି | କମ୍ପାନୀ ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଣିରେ ଭାସିଯାଇଥିବା ବେଳେ ନିର୍ମାଣ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

Leave a Reply

Your email address will not be published. Required fields are marked *