ଚାରି ମାସ ହେଲା ମୋ ବସ ଚଳାଚଳ ବନ୍ଦ ।
କନ୍ଧମାଳ ତା ୦୮/୦୯/୨୦୨୫ଫୁଲବାଣୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ କତୃପକ୍ଷ ନିରବ ଥିବା ଦେଖିବାକୁ ମିଳିଛି । ଶତାଧିକ ମହିଳା ଙ୍କ ବ୍ଲକ ରେ ବିକ୍ଷୋଭ ଓ ଧାରଣା ଦେଇ ଗ୍ରାମାଞ୍ଚଳ ର ଲୋକଙ୍କ ଯାତାୟାତ ପାଇଁ ଗତ ସରକାର ମୋ ବସ ବ୍ୟବସ୍ଥା କରିଥିଲେ । ପଞ୍ଚାୟତ ରୁ ଲୋକେ ବ୍ଲକ କୁ ଆସିବା ପାଇଁ ୫ଟଙ୍କା ଭଡା ଦେଇ ଯିବା ଆଦିବା କରୁଥିଲେ । କିନ୍ତୁ ଫୁଲବାଣୀ ରୁ ଅରାପାଜୁ ଯାଉଥିବା ବସ ଦୀର୍ଘ ଚାରିବର୍ଷ ହେଲା ଚଳାଚଳ ବନ୍ଦ ହୋଇ ଯାଇଛି । ବସ ପିପଲ ପଡା ପର୍ଯ୍ୟନ୍ତ ଯାଉଛି । ପିପଲପଡା ଠାରୁ ଅରାପାଜୁ କୁ ଦୂରତା ୬ କିମି ଅଟେ , ବସ ଅରାପାଜୁ କୁ ନ ଯିବା ଫଳରେ ଲୋକେ ଓ ମହିଳା ମାନେ ୬ କିମି ଦୂରବର୍ତ୍ତୀ ପିପଲ ପଡା ଯାଇ ବସ ଧରିବା କଷ୍ଟ ସାଧ୍ୟ ବୋଲି ଶତାଧିକ ମହିଳା ଯାତ୍ରୀ ବ୍ଲକ କତୃପକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଚାରୀ ମାସ ପରେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆଜି ପୁନର୍ବାର ଶତାଧିକ ମହିଳା ବ୍ଲକ କତ୍ତୃପକ୍ଷ ଓ ଦିଟିଏମ ଙ୍କୁ ଦାବୀ ପତ୍ର ଦେବାକୁ ଆସିଥିଲେ । ଦି ଟି ଏମ କୁ ଭେଟି ଥିବା ବେଳେ ବ୍ଲକ କତ୍ତୃପକ୍ଷ ଙ୍କୁ ସେ କାର୍ଯ୍ୟ ବ୍ୟସ୍ତ ଥିବାରୁ ଭେଟି ପାରୀ ନ ଥିଲେ । ନିଷ୍ପତି ନହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରୁ ଯିବୁ ନାହିଁ ବୋଲି ଅପସରା କଂହର, ସଂଯୁକ୍ତା କଂହର, ଫୁଲବତୀ କଂହର, ସବିତା କଂହର, ଲିଳିମା ଦିଗାଲ, ଓ ବିଳାସିନୀ ଡିଗାଲ ପ୍ରକାଶ କରିଛନ୍ତି ।
