ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଅନୁଷ୍ଠିତ

ନୟାଗଡ ତା ୯.୯. ୨୦୨୫ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ନୟାଗଡ ଜିଲ୍ଲା ସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଯାଇଛି |ଏହି ରେଫରୀ ମନୋନୟନ ପରୀକ୍ଷାକୁ କଟକ ସ୍ଥିତ ଫାଓର ମୁଖ୍ୟ ରେଫରୀ ଦୁର୍ଗା ମାଧବ ନାୟକଉପସ୍ଥିତ ରହି ବୈଷୟିକ ଦୃଷ୍ଟି କୋଣରୁ ପରକ୍ଷିବା ସହ ପ୍ରାକ୍ଟିକାଲ ପରୀକ୍ଷାକୁ ନିୟନ୍ତ୍ରଣ କରିଥିଲେ |ପୂର୍ବରୁ ଏହି ରେଫରୀ ମନୋନୟନ ପ୍ରକ୍ରିୟାର ଥିଓରୀ ପରୀକ୍ଷା ସମାପ୍ତ ହୋଇ ଯାଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଆଲୋକ କୁମାର ଦାଶ,ଜିଲ୍ଲା ଆଥଲେଟିକ ଆସୋସିଏସନର ଉପ ସଭାପତି ଭବାନୀଶଙ୍କର ଦାସ, ସମ୍ପାଦକ ଅଶେଷ ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ ଙ୍କ ସମେତ ଜିଲ୍ଲା ଆଥଲେଟିକ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗେଇ ନେଇଥିଲେ|

Leave a Reply

Your email address will not be published. Required fields are marked *