ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରୁ ଆଙ୍ଗୁଳି କାଟିବା ଓ ସମ୍ବିଧାନ ପୁସ୍ତକ ଫିଙ୍ଗିବା ଘଟଣା
ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରୁ ଆଙ୍ଗୁଳି କାଟିବା ଓ ସମ୍ବିଧାନ ପୁସ୍ତକ ଫିଙ୍ଗିବା ଘଟଣା
ଧର୍ମଶାଳା ବ୍ଲକ ଆଗରେ ଧାରଣା ପାଇଁ ପ୍ରସ୍ତୁତି ବୈଠକ
ଧର୍ମଶାଳା- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପରିସରରେ ସଂବିଧାନ ପ୍ରଣେତା ଭାରତ ରତ୍ନ ଡଃ ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଗତ ତା ୦୬,୧୨,୨୦୧୬ ରିଖରେ ସ୍ଥାପିତ ହୋଇଥିଲା ତାହା ପଞ୍ଚାୟତ ସମିତି ଅଧିବେଶନରେ ସ୍ଥାନ ପାଇଥିଲା । ବଡ଼ ପରିତାପର ବିଷୟ ଗତ କିଛିଦିନ ପୂର୍ବରୁ କିଛି ଅସାଧୁ ବ୍ୟକ୍ତି ଵିଶେଷ ବାବା ସାହେବଙ୍କ ହାତ ଆଙ୍ଗୁଠି ଭାଙ୍ଗିଵା ସହିତ ସେ ଧରିଥିବା ସଂବିଧାନ ପୁସ୍ତକଟିକୁ ସେଠାରୁ ନେଇ ଡ୍ରେନ ରେ ପକାଇଥିଲେ। ଉକ୍ତ ଘଟଣାରେ ସଙ୍ଗଠନ ପକ୍ଷରୁ ଵିଡିଓ ଙ୍କୁ ଅବଗତ କରାଇବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏତଲା ପଞ୍ଜିକରଣ କରାଯାଇଅଛି କିନ୍ତୁ ଅଦ୍ୟାବଧି ପୋଲିସ ଅପରାଧୀ ଙ୍କୁ ଚିହ୍ନଟ କରିନାହାନ୍ତି ।ଉକ୍ତ ଘଟଣାରେ ରାଜ୍ୟର ବହୁତ ଆମ୍ବେଦକର ସଙ୍ଗଠନ ସମେତ ବହୁ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି।ଅଦ୍ୟ ତା ୭-୯-୨୫ ରିଖ ଜାରକା ପ୍ରୟାଗ ମଣ୍ଡପ ଠାରେ ଆମ୍ବେଦକର ଫାଉଣ୍ଡେସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ଜିଲ୍ଲାର ଅନେକ ଆମ୍ବେଦକର ସଙ୍ଗଠନ ସମେତ ରାଜ୍ୟ ଦଳିତ ଅଧିକାର ମଞ୍ଚ ର ସଂଯୋଜକ ଧିମାନ ମାନସ ଜେନା। ଯାଜପୁର କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀ ଗୟାଧର ମଲିକ।ଆଡଭୋକଟ୍ ପ୍ରହଲ୍ଲାଦ ମଲ୍ଲିକ, ଶଶିକାନ୍ତ ମଲ୍ଲିକ, କାଳିନ୍ଦୀ ମଲ୍ଲିକ, ବିଶ୍ଵନାଥ ପାତ୍ର, କୁଞ୍ଜବିହାରୀ ଦଳେଇ, ଜିତେନ୍ଦ୍ର ଜେନା ଅନେକ ଜିଲ୍ଲାର ବିଭିନ୍ନ ସଙ୍ଗଠନର ମୂଖ୍ୟଗଣ ଉପସ୍ଥିତ ଥିଲେ ତତ୍ ସହିତ ଧର୍ମଶାଳା ବ୍ଲକର ଶତାଧିକ ଆମ୍ବେଦକର ପ୍ରେମୀ ଯୋଗଦାନ କରି ଆଲୋଚନା ରେ ଭାଗନେଇଥିଲେ। ଶେଷରେ ନିଷ୍ପତ୍ତି ନିର୍ଣ୍ଣୟ କରାଗଲା ଯେ ସମସ୍ତେ ମିଳିମିଶି ଆସନ୍ତା ତା ୧୨’୯୨୫ରିଖ ଦିଵା ୧୦ଘଟିକା ରେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।
