ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଜଣେ ଯୁବକ କରିଛନ୍ତି ଉଦ୍ୟମ।
ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଅଭାବନୀୟ ଦୃଶ୍ୟ। ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଜଣେ ଯୁବକ କରିଛନ୍ତି ଉଦ୍ୟମ। ଶ୍ରୀମନ୍ଦିର ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ କରିଛନ୍ତି ଏଭଳି ଉଦ୍ୟମ। ତେବେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଓ ଜେଟିପି କର୍ମଚାରୀ ଯୁବକଙ୍କୁ ଅଟକାଇବା ବେଳେ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଆଜି ବଡ଼ି ଭୋରରୁ ଘଟିଛି ଏଭଳି ଘଟଣା। ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲ। ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ଵାର ଥାନାରେ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ ଢେଙ୍କାନାଳ ଗନ୍ଦିଆ ଗ୍ରାମର ଲାଲୁ ପ୍ରସାଦ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କଣ ପାଇଁ ସେ ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଂହଦ୍ଵାର ଥାନା ପୋଲିସ କହିଛି।
