ସରକାରୀ ଜମିରୁ ଗଛ କଟାକୁ ବିରୋଧ
ସରକାରୀ ଜମିରୁ ଗଛ କଟାକୁ ବିରୋଧ। ଅଭିଯୋଗ ପରେ ଆରଆଇଙ୍କ ଦ୍ବାରା କାଠଗର ଗୁଡ଼ିକ ଜବତ।
ରଘୁନାଥପୁର:-୧୨/୯- ରଘୁନାଥପୁର ତହସିଲ ଅନ୍ତର୍ଗତ କୋରକରା ଗ୍ରାମ ଶ୍ମଶାନ ଗୃହ ନିକଟରେ ଥିବା ସରକାରୀ ଜମିରୁ ଦୁଇଟି ଗଛ କାଟି ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବାବେଳେ ଗ୍ରାମବାସୀ ବିରୋଧ କରିବା ସହ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ।ସରପଞ୍ଚ ସୁଚିତ୍ରା ପଣ୍ଡା ଏ ସମ୍ପର୍କରେ ଆରଆଇ ଲିଜାରାଣୀ ପରିଡାଙ୍କୁ ଜଣାଇଥିଲେ।ଆରଆଇ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କଟା ହୋଇଥିବା ଗଛକୁ ଜବତ କରିଛନ୍ତି।ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଜୋର ଜବରଦସ୍ତ ନିଜ ଜମି ଉପରେ ଗଛ ଥିବା କହି ଦୁଇଟି ୟୁକାଲ ପଟାସ ଗଛ କାଟିଥିଲେ।ସରକାରୀ ଜମି ଉପରୁ ଗଛ କଟା ହୋଇଥିବା ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଆରଆଇ ପରିଡାଙ୍କୁ ପଚାରିବାର ଦୁଇଟି ଗଛ କଟା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।ତେବେ ଉକ୍ତ ଜମି ମାପଚୁପ ପରେ ଯଦି ଏହା ସରକାରୀ ଜମିରେ ଥାଏ ତାହାଲେ କାଟିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
