ପୋଲିସ ଆମର ବନ୍ଧୁ ଶୀର୍ଷକ ଆଲୋଚନାଚକ୍ର

ପୋଲିସ ଆମର ବନ୍ଧୁ ଶୀର୍ଷକ ଆଲୋଚନାଚକ୍ର।
ରଘୁନାଥପୁର:-୧୨/୯-ରଘୁନାଥପୁର ବ୍ଲକ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଛାତ୍ର ପୋଲିସ ସହଯୋଗିତା ସମ୍ପର୍କିତ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ କଲେଜର ଅଧକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡା ପୌରହିତ୍ୟ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଛାତ୍ର ଜୀବନର ଦାଇତ୍ୱ ଓ କର୍ତ୍ତବ୍ୟ ପ୍ରତି ଅନୁରକ୍ତ ହେବାକୁ ପରାମର୍ଶ ଦେବାସହ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ନିଜସ୍ଵ ଚିନ୍ତନ ପ୍ରକ୍ରିୟାକୁ ଶାଣିତ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ସୂଚାଇ ଦେଇଥିଲେ।ରଘୁନାଥପୁର ଥାନା ଆଇଆଇସି ସୁଶାନ୍ତ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନର ବିଭିନ୍ନ ଦିଗ ପ୍ରତି ସଚେତନ କରିଥିଲେ।ସେହିପରି ଜିଲ୍ଲା ପୋଲିସ ପକ୍ଷରୁ ସାଇବର ବିଶେଷଜ୍ଞ ସବ୍ୟସଚୀ ମହାନ୍ତି ସାଇବର କ୍ରାଇମ ଓ ସାଇବର ନିରାପତ୍ତା ସମ୍ପର୍କରେ ସଚେତନ କରିଥିଲେ।ମହିଳା ଏସଆଇ ରୀତାଞ୍ଜଳି ନାୟକ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ବଜାଇ ରଖି ଶିକ୍ଷାକୁ ପ୍ରାଧାନ୍ୟ ଦେବାପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ରଖିଥିଲେ।ଏହି ଅବସରରେ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ପୋଲିସ ଆମର ବନ୍ଧୁ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଛାତ୍ରୀ ବୈଶାଖୀ ପାଞ୍ଚା ସାଇବର ନିରାପତ୍ତା ଉପରେ ପ୍ରବନ୍ଧ ପାଠ କରିଥିଲେ।ଅଧ୍ୟାପକ ପ୍ରତାପ ଲେଙ୍କା ସଭା ସଞ୍ଚାଳନ ଓ ଅଧ୍ୟାପିକା ଜାଜ୍ଞସେନି ରାଉତ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ରଞ୍ଜନ ମହାନ୍ତି,ସମରେନ୍ଦ୍ର ନାୟକ,ହିମାଂଶୁ ଜେନା, ସରୋଜ ମିଶ୍ର,ସ୍ମିତା ପ୍ରଧାନ,ସୌମ୍ୟା ମହାନ୍ତି,ସୁଜାତା ଦାସ,ଶାଶ୍ଵତୀ ନନ୍ଦ ଓ ଶିକ୍ଷା କର୍ମଚାରୀ କୈଳାସ ସ୍ବାଇଁ ଏବଂ ନକୁଳ ନାୟକ ଏଥିରେ ସହଜୋଗ କରିଥିଲେ।

Leave a Reply

Your email address will not be published. Required fields are marked *