କନ୍ଧମାଳ ଜିଲ୍ଲା ଫୁଟବଲ ଲିଗ୍ ରେ ନାରାୟଣୀ ଦଳ ଚମ୍ପିଅ।ନ ।
କନ୍ଧମାଳ ତା ୨୬/୦୯/୨୦୨୫ ଫୁଲବାଣୀ, ଜିଲ୍ଲା କ୍ରୀଡ଼ା ସଙ୍ଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ଙ୍କ ପ୍ରଚେଷ୍ଟାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫୁଲବାଣୀ ସହର ଗୋପବନ୍ଧୁ ଛକ କୋରେନସନ୍ ଖେଳ ପଡ଼ିଆରେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକ ଓ ବିଭିନ୍ନ ପଞ୍ଚ।ୟତ ଓ ସହରର ବଛା ବଛା ଫୁଟବଲ୍ ଖେଳାଳିଙ୍କୁ ନେଇ ସମଗ୍ର ଜିଲ୍ଲାର ୧୬ ଗୋଟି ଦକ୍ଷ ଦଳ କୁ ନେଇ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟଜନ କରାଯାଇଥିଲା । ମୋଟ ଆଠ ଗୋଟି ଦଳ କ୍ୱାଟର ଫାଇନାଲ କୁ ଯାଇଥିଲେ । ସେଥି ମଧ୍ୟରୁ ଚାରୋଟି ଟିମ୍ ସେମିଫାଇନାଲ ଓ ଶେଷରେ ଦୁଇଟି ଦଳ ଯଥା ଜିଲ୍ଲା କ୍ରି ଡା ଛାତ୍ରବ।ସ ଦଳ ଓ ଜିରିଂପଡ। ନାରାୟଣୀ ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ୍ ରେ ନାରାୟଣୀ ଦଳ ଅତିସୁନ୍ଦର ଖେଳ ପଦର୍ଶନ କରି କ୍ରୀଡା ଛାତ୍ର ବାସ ଦଳକୁ ୧-୦ ଗୋଲ୍ ବ୍ୟବଧାନରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ସୂଚନା ମୁତାବକ ନାରାୟଣୀ ଦଳ ଚଳିତ ବର୍ଷ ଫୁଲବାଣୀ ପୌରପରିଷଦ ତରଫରୁ ସ୍ଵୟତ ଶାସନ ଦିବସରେ ଆୟଜନ କରାଯାଇଥିବା ଦୁଇ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣଟରେ ଚାମ୍ପିଅନ ଅକ୍ଷା ଅର୍ଜନ କରିଥିଲା । ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବି ପି ଆଇ ଟି କଲେଜ ର ଚେୟାର ମ୍ୟାନ ହୃଦୟ ରଞ୍ଜନ ବେହେରା । କମଳାକାନ୍ତ ପାଣ୍ଡେ ଓ ଅନ୍ୟମ।ନେ ଉପସ୍ଥିତ ଥିଲେ ।ମ୍ୟାଚ କୁ ସୁଚାରୁ ରୂପେ ପରିଚଳନ। କରିଥିବାରୁ ବରିଷ୍ଟ ରେଫରି ଶ୍ୟାମ ସୁନ୍ଦର ଶହ।କୁ କମିଟି ପୁରସ୍କୃତ କରିଥିଲେ । କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ।ଉପ ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡ଼ା ସମ୍ପ।ଦକ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ସାଂସଦ ମହୋଦୟକୁ ଜିଲ୍ଲା କ୍ରୀଡ଼ା ଛାତ୍ର ବ।ସରେ ସ୍ଥାନୀୟ ଛାତ୍ର ମାନଙ୍କୁ ରଖିବାପାଇଁ ଅନୁରୋଧ କରିଥିଲେ ।
