ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ଶିବିର
ଏରସମା : ଭାରତର ଜଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ କରାଯାଉଅଛି ।ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅମିୟ କୁମାର ସ୍ଵାଇଁ ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. ଜିନତ କୁମାର ଦାସ ,ଶିଶୁ ରୋଗ ଡା. ଚନ୍ଦ୍ର ଶେଖର କର, ସର୍ଜନ ଡା. ସୁନୀଲ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ପ୍ରାୟ ୧୫୦ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ ।ଏହି ସ୍ୱାସ୍ଥ୍ୟ ଶିବିରକୁ ବାଲିତୁଠ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଉମେଶ ଚନ୍ଦ୍ର ବାରିକ, ଗୋପିନାଥ ସାମଲ, ଗିରିଜା ଶଙ୍କର ମହାପାତ୍ର, ପ୍ରସନ୍ନ କୁମାର ସାମନ୍ତରାୟ, ବିବୃତ୍ତି ବୃଷଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
