ବିଶ୍ୱ ପର୍ଯ୍ୟଟନ ଦିବସ

ଆଜି ତା ୨୭ ସେପ୍ଟେମ୍ବର ୨୦୨୫ ରିଖ ଦିନ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ରେଳଷ୍ଟେସନ ସମ୍ମୁଖରେ ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟର କର୍ମକର୍ତା ମାନେ ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଦେଇ ଖୁବ ସୁନ୍ଦର ଏବଂ ଶୃଙ୍ଖଳିତ ଭାବେ ଏହି ଦିବସ କୁ ପାଳନ କରିଛନ୍ତି l ହଜାରରୁ ଅଧିକ ଭକ୍ତ ଓ ଆଗନ୍ତୁକ ଯାତ୍ରୀ ମାନଙ୍କୁ ସଂଘର କର୍ମକର୍ତାମାନେ ଜୟ ଜଗନ୍ନାଥ ଧ୍ୱନି ସହ ପ୍ରଣାମ ଜଣାଇ ପର୍ଯ୍ୟଟକମାନଙ୍କୁ ଅତିଥି ସତ୍କାର କରିଥିଲେ l ଅତିଥି ଦେବୋ ଭବ ବାକ୍ୟର ପୁର୍ଣ ପରାକାଷ୍ଠା ସଂଘର କର୍ମକର୍ତା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା lଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଜି. ଆର୍.ପି ର ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ବାହିନୀପତି  ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପର୍ଯ୍ୟଟକ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆଇନଜୀବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଛା ପ୍ରଦାନ କରି ସମ୍ମାନିତ କରିଥିଲେ। ଏହା ପରେ ସଂଘର ସଂପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ରାଜଶ୍ରୀ କହ୍ନର, ମଦନ ମୋହନ ହୋତ୍ତା, ରାଧାକାନ୍ତ ଦାସ, ସତ୍ୟ ରଞ୍ଜନ ସାହୁ, ସଂଘମିତ୍ରା ପଣ୍ଡା, ବୈକୁଣ୍ଠ ମହାନ୍ତି, ରୋଷ୍ନୀ ପାଢ଼ୀ, ସଂଯୁକ୍ତା ପ୍ରଧାନ ଏବଂ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସଙ୍ଗର ସଦସ୍ୟା ମୋନାଲିସା ଶ୍ରୀଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ l

Leave a Reply

Your email address will not be published. Required fields are marked *