ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ୪୬ ତମ କୁମାର ଉତ୍ସବ ନେଇ ପ୍ରସ୍ତୁତି ବୈଠକଅନୁଷ୍ଠିତ ।

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ୪୬ ତମ କୁମାର ଉତ୍ସବ ନେଇ ପ୍ରସ୍ତୁତି ବୈଠକଅନୁଷ୍ଠିତ ।ପୁରୀର ଅନ୍ୟତମ ସାଂସ୍କୃତିକ ଓ ସାମାଜିକ ଅନଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ଆନୁକୁଲ୍ୟରେ, ଅନୁଷ୍ଠାନର ସାଧାରଣ ବୈଠକ ସ୍ଥାନୀୟ ମୋଚିସାହି ସ୍ଥିତ ମ୍ୟୁନିସିପାଲିଟି କ୍ଲବ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅକ୍ଟୋବର ୫ରେ ହେବାକୁ ଥିବା ଜିଲ୍ଲା ବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତା ଓ ୬ ଏବଂ ୭ ତାରିଖ ଦୁଇଦିନ ଧରି ପୌରସଦନ (ଟାଉନହଲ) ଠାରେ ଅନୁଷ୍ଠିତ ହେବାକୁ ଥିବା ୪୬ତମ କୁମାର ଉତ୍ସବ ପାଳନ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ସଭାପତି ବିରେନ୍ଦ୍ର ନାରାୟଣ ଗୋଛିକାରଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ବୈଠକରେ ନୂତନ ସଂପାଦକ ଭାବରେ ସନ୍ତୋଷ ଶତପଥି ଓ କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର ଦାସମହାପାତ୍ରଙ୍କୁ ଚୟନ କରାଯାଇଛି । ଉକ୍ତ ବୈଠକରେ ଚଳିତ ବର୍ଷ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା ମ୍ୟାଜିକ୍ ମ୍ୟାଥ, ଚିତ୍ରାଙ୍କନ, ଝୋଟି, ଲିଟିଲ୍ ମିସ୍ ଓ ଲିଟିଲ୍ ମାଷ୍ଟର, ମ୍ୟୁଜିକ୍‌ ଚେୟାର ଆଦି ପ୍ରତିଯୋଗୀତା ସ୍ଥାନୀୟ ପୌରସଦନ ଠାରେ ଆସନ୍ତା ଅକ୍ଟୋବର ୫ ତାରିଖ ସକାଳ ୯ ଘଟିକା ଠାରୁ ସଂଧ୍ୟା ୪ ଘଟିକା ମଧ୍ୟରେ ଅନୁଷ୍ଠିତ ହେବ । ଏଥିସହିତ ଅକ୍ଟୋବର ୫ ତାରିଖ ଦିନ ଏକ ନିଃଶୁଳ୍କ ସ୍ବାସ୍ଥ୍ୟପରିକ୍ଷା ଶିବିର ଗୋପବନ୍ଧୁ ଆର୍ୟୁବେଦ ହସପିଟାଲ ଠାରେ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ୬ ଓ ୭ ତାରିଖ ଦୁଇଦିନ ଧରି ପୌରସଦନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶା, ଲୋକନୃତ୍ୟ ସହ ଓଲିଉଡ୍ ଓ ବଲିଉଡ୍ ନାଇଟ୍ ଅନୁଷ୍ଠିତ ହେବା ନେଇ ବୈଠକରେ ସ୍ଥିର କରାଯାଇଛି । ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *