ବେଆଇନ ବାଣ ରଖି ଜଣେ ଗିରଫ
ବେଆଇନ ବାଣ ରଖି ଜଣେ ଗିରଫ। ।
କନ୍ଧମାଳ ୨୭/୦୯/୨୦୨୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟ୍ରା ସାହି ରୁ ତିରିଶ ଲକ୍ଷ ଟଙ୍କାର ବାଣ ବେଆଇନଭାବେ ମହଜୁଦ ରଖିଥିବା ଜାଣି କନ୍ଧମାଳ ଏସ ପି ହରିଶ ବିସି ଙ୍କ ନିର୍ଦେଶରେ ମହଜୁଦ ବ।ଣ ଜବତ କରାଯାଇଛି । ବାଣ ବେଆଇନ କାରବାରରେ ଲିପ୍ତ ଥିବା ବ୍ୟକ୍ତି ତ୍ରିଲୋଚନ ପାତ୍ର କୁ ଗିରଫ କରାଯାଇଛି ବୋଲି ବାଲିଗୁଡା ଏସ ଡି ପି ଓ ମହେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି ।

ପୋଲିସ ମହା ନିର୍ଦେଶକ ଙ୍କ ନିର୍ଦ୍ଧେଶରେ ସାରା ରାଜ୍ୟ ରେ ଅପରେସନ ଅଗ୍ନୀ ଅଭିଯାନ ଚାଲିଛି, ସମ୍ପ୍ରତି ବୌଦ୍ଧ ଜିଲ୍ଲା ର ପୁରୁଣାକଟକ ରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ କାରଖାନାରେ ବିସ୍ପୋରଣ ଘଟି ଦୁଇଜଣ ଙ୍କର ମୃତ୍ୟୁ ଘଟିଥିଲା।ଦୀର୍ଘ ଦିନ ଧରି ବାଣ କାରବାର ଓ ପ୍ରସ୍ତୁତି ଚାଲିଥିଲେ ମଧ୍ୟ ଆଖପାଖ ର ଲୋକ ଓ ପୋଲିସ ଖବର ପାଇନଥିଲେ।ତେବେ ପୋଲିସ ଏସ୍ଡ଼ିପିଓ ଶ୍ରୀ ପ୍ରସାଦ କହିଛନ୍ତି ଯେ, ବେଆଇନ ବାଣ କାରବାର କରିବା ଓ ମହଜୁଦ ରଖିବା ଲୋକ ଙ୍କ ପ୍ରତୀ ବିପଦ ରହିଛି । ଧନ ଜୀବନ ମଧ୍ୟ୍ୟ ନଷ୍ଟ ହେଉ ଥିବାରୁ କନ୍ଧମାଳରେ ମଧ୍ୟ୍ୟ ଅପରେସନ ଅଗ୍ନୀ ଅଭିଯାନ ଚାଲିଛି ବୋଲି ଏସ ଡିପି ଓ ପର୍ମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି ।
