ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଘର
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଘର ।
ଫୁଲବାଣୀ:୨୬/୯ /୨୦୨୫ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ବାସହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ଆଜି ବି ଏହି ଯୋଜନା କେତେକ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କୁଏରୀମାଣ୍ଡୁ ପଞ୍ଚାୟତ, ପାଦେରୀପଡ଼ା ଗ୍ରାମରେ , ଝାଟିମାଟି କୁଡ଼ିଆରେ ୪ ପ୍ରାଣୀ କୁଟୁମ୍ବ ଜୀବନ ବିତାଉଛନ୍ତି। ରାଜେନ୍ଦ୍ର କହଁର ବୟସ (୩୨) ସ୍ତ୍ରୀ ଓ ଦୁଇ ପୁଅ କୁ ନେଇ ଗୋଟିଏ ପରିବାର । ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି , ରାଜେନ୍ଦ୍ର ପରିବାର ଖରା ଦିନରେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନ ଘର ଛପରରୁ ପାଣି ଗଳୁଛି। ଯାହା ଫଳରେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଇ ଆଜିଯାଏଁ ତାଙ୍କୁ ପ୍ରଧାନ ମନ୍ତୀ ଆବାସ ଖଣ୍ଡେ ମିଳିପାରିନାହିଁ । ରାଜେନ୍ଦ୍ର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି। ବହୁ ଥର ଅଭିଯୋଗ କଲା ପରେ ମଧ୍ୟ ସରକାର ଜମା ତାଙ୍କ କଥା ଶୁଣିନଥିବା କଥା ଶୁଣିବାକୁ ମିଳୁଛି । ଦେଖିବାକୁ ବାକି ରହିଲା , ଓଡ଼ିଶା ସରକାର କେବେ ଏହି ଗରିବ ନିରିହାଙ୍କ ଦୁଃଖ ବୁଝି କେବେ ତାଙ୍କୁ ଆବାସ ଘର ଖଣ୍ଡେ ଦେଉଛନ୍ତି । ତାହା ଦେଖିବାକୁ ବାକି ରହିଲା।
