ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହେଲା ଓ ଟି ଇ ଟି ପରୀକ୍ଷା -୨୦୨୫

ମାଲକାନଗିରି,୨୭/୯ମାନ୍ୟବର କୋର୍ଟ ଙ୍କ ଚୁଡାନ୍ତ ନିଷ୍ପତ୍ତି ପରେ ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଯୋଗ୍ୟତା ନିରୂପଣ ନିମନ୍ତେ ପୂର୍ବର ବିବଦମ। ନୀୟ ଓ ଟି ଇ ଟି ପରୀକ୍ଷା ୨୦୨୫ ର ନୁତନ ତାରିଖ ଧାର୍ଯ୍ୟ କରାଯାଇ ଆଜି ସମଗ୍ର ରାଜ୍ୟରେଏହାକୁ ସମ୍ପୂର୍ଣ୍ଣ ତୃଟି ରହିତ ଭାବରେ ଅନୁଷ୍ଠିତ କରାଯିବାର ପ୍ରୟାସ କରା ଯାଇଥିଲାବେଳେ,ମାଲକାନଗିରି ଜିଲ୍ଲାରେ ମଧ୍ୟ ୫ ଗୋଟି କେନ୍ଦ୍ରରେଏହି ପରୀକ୍ଷା ହୋଇଥିଲା, ଯେଉଁଥିରେ ଜିଲ୍ଲାର ସମସ୍ତ ବ୍ଲକ୍ ର ସର୍ବମୋଟ ୧୫୧୯ ଜଣ ଆବେଦନକାରୀ ଙ୍କ ମଧ୍ୟରୁ ୧୪୪୯ ଜଣ ଯୋଗ ଦେଇ ଥିଲେ ବୋଲିସୂଚନା ମିଳିଛି। ପରୀକ୍ଷା ଲାଗି ଥିବା ପ୍ରଶ୍ନପତ୍ର ଗୁଡିକରେ ସ୍ବତନ୍ତ୍ର କ୍ୟୁ ଆର୍ କୋଡ ଓ ୱାଟର ମାର୍କ ଥିବା ଓଉତ୍ତର ଖାତା ଗୁଡିକର ସୁରକ୍ଷିତ ପରିବହନ ନିମନ୍ତେ ଡିଜିଟାଲ ତାଲା ରମଧ୍ୟ ବ୍ୟବହାର କରାଯାଇଥିଲା ବୋଲି ଜଣ। ପଡ଼ିଛି।ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡାକଡି ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା, ଯେଉଁଥିପାଇଁ ଜିଲ୍ଲା ପ୍ରଶାସନଓ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆବଶ୍ୟକ ସଂଖ୍ୟକ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରା ଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରୀକ୍ଷା କୁ ସଂଚଳିତ କରାଯାଇଥିଲା। ପରୀକ୍ଷା ପାଇଁ ଆସି ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲାଗିସେହି ଶିକ୍ଷା ଅନୁଷ୍ଠାନ ଗୁଡିକରେ ଏପରି ବ୍ୟବସ୍ଥା କରାଯାଇଥିଲା ଯେପରିଛାତ୍ର ଛାତ୍ରୀ ମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।ଆଶା କରାଯାଏ, ଏହି ପରୀକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଥିବା ଦୀର୍ଘଦିନର କ୍ଷୋଭ ଦୂର କରିବା ସହ ସେମାନଙ୍କର ଆଶା କୁ ଫଳବତୀକରିବାକୁ ସମର୍ଥ ହେବ ।

Leave a Reply

Your email address will not be published. Required fields are marked *