ମାଆ ଆସୁଛନ୍ତି ପାର୍ବଣ ଆଣି
ଶୀର୍ଷକ _ମାଆ ଆସୁଛନ୍ତି ପାର୍ବଣ ଆଣି
ରୀତାରାଣୀ ଦାଶ
ବାଲେଶ୍ୱର
ଶରତ ଆକାଶେ ହସର ପସରା
ଜହ୍ନ ସୁହାସିତ ଜ୍ୟୋତି
ଜଗତଜନନୀ ଦୁର୍ଗା ଆଗମନେ
ଦୁହୋଲୁଛି କାଶତଣ୍ଡୀ
ଓଡିଶା ଖୁସିରେ ଝୁମୁଛି,
ଶୁଭ ଶଙ୍ଖ ଧ୍ୱନି କମ୍ପାଏ ଗଗନ
ଦୈବୀ କୃପାରେ ଭିଜୁଛି |
ମହାଳୟା ଠାରୁ ଦଶହରା ଯାଏ
ମାତୃ ବନ୍ଦନାର ସ୍ତୁତି
ଜୟ ମା ଭବାନୀ ଶକ୍ତି ସ୍ୱରୂପିଣୀ
କରୁଣାରେ ତବ ମୁକ୍ତି
ସିଂହ ବାହିନୀ ଦଶଭୁଜା,
ଦୁଷ୍ଟ ବିନାଶିନୀ ମା ମଙ୍ଗଳମୟୀ
ଅପୂର୍ବ ସୌନ୍ଦର୍ଯ୍ୟ ଖଞ୍ଜା |
ଶଙ୍ଖ ଚକ୍ର ଗଦା ଶୁଭେ ତୁମ ହସ୍ତେ
ଭକ୍ତ ଦୁଃଖ ଦୂରକର
ସୃଷ୍ଟି ରକ୍ଷାକାରୀ କୃପା ଯେ ତୁମରି
ଦମନରେ ଦୁରାଚାର
ମହିଷା ସୁର ମର୍ଦ୍ଦିନୀ ହେ,
ଚରଣେ ଶରଣ ଅଭୟ ପ୍ରଦାନ
ଗୀତି ଗାଥା ସର୍ବ ଜୟେ |
ଅଶୁଭ ଉପରେ ବିଜୟ ପ୍ରତୀକ
ଅତିଭବ୍ୟ ଶୋଭାମୟୀ
ଅପାର ମହିମା ଶାନ୍ତି ଶକ୍ତି କ୍ଷମା
ମର୍ତ୍ତ୍ୟରେ କରୁଣାମୟୀ
ଆଗମନୀ ବାର୍ତ୍ତା ଯେ ଆଣି,
ସବୁରି ମଙ୍ଗଳ ସୁଖ ଦୁଃଖ ଢାଳ
ପୂର୍ଣ୍ଣ କରିବେ ଭବାନୀ |
ମାତୃ ପରାକାଷ୍ଠା ବିଜୟ ଶକ୍ତିର
ସମ୍ମାନ ପୂଜ୍ୟ ପରବ
ବହୁ ଆଡମ୍ବରେ ସ୍ୱାଗତ ଧରାରେ
ଜଗତ ଜନନୀ ରୂପ
ବିଜୟାଦଶମୀ ଶେଷରେ,
ଭଜନ କୀର୍ତ୍ତନ ଜପନ ପୂଜନ
ବିତେ ମାତୃ ବନ୍ଦନାରେ |
