ସପ୍ତମୀରେ ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ରାମଚଣ୍ଡୀ
ସପ୍ତମୀରେ ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା ରାମଚଣ୍ଡୀ । ଶାରଦୀୟ ପାର୍ବଣ ଉତ୍ସବରେ ପ୍ରତ୍ୟେକ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟହ ପଞ୍ଚଉପଚାର ରେ ରୀତିନୀତି ସମ୍ପାଦନ କରାଯାଉଥିବା ବେଳେ, ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ବିଧିରେ ରୀତିନୀତି ସମ୍ପାଦନ କରାଯାଇଥାଏ । ପ୍ରତ୍ୟେକ ଦିନ ପରି ସକାଳୁ ସକାଳୁ କୋଣାର୍କ ଅଧିଷ୍ଠାତ୍ରୀ

ଦେବୀ ମା ରାମଚଣ୍ଡୀ ଙ୍କ ଦ୍ବାର ଫିଟା ନୀତି ଠାରୁ ଆରମ୍ଭ କରାଯାଇ ଅବକାଶ, ମଇଲମ, ସ୍ନାନ ସୂର୍ଯ୍ୟ ପୁଜା ପରେ ପରେ ବାଳ ଭୋଗ, ଦି ପ୍ରହର ରେ ଅର୍ଣ୍ଣ,ଡାଲି, ବେସର, ପୋଡାମାଛ , ଖିରି ସହିତ ବିରି ପିଠା ଭୋଗ ଅର୍ପଣ କରାଯିବା ସହିତ ଦୁଇବେଳା ଚଣ୍ଡୀ ପାଠ କରାଯାଇଥାଏ ମା ରାମଚଣ୍ଡୀ ପୀଠରେ l ଷୋଳପୂଜା ପୂଜାରେ ପ୍ରତ୍ୟକ ଦିନ ମାନଙ୍କ ପାଖରେ ମାଛ ପୋଡା ବଳି ଭୋଗ କରାଯାଏ ବୋଲି ମନ୍ଦିର ପୂଜା ପଣ୍ଡା କହିଛନ୍ତି । ଯେହେତୁ ଆଜି ସପ୍ତମୀ ପୂଜା ଆରମ୍ଭ ହେଉଥିବା ଯୋଗୁଁ ମା ରାମଚଣ୍ଡୀ ଆଜି ବଗଳାମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା ଙ୍କ ବଗଳାମୁଖୀ ବେଶ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଢ଼ ଜମିବାରେ ଲାଗିଛି । ସେପଟେ ଶ୍ରଦ୍ଧାଳୁ ମାନେ ଆସି ମାଙ୍କୁ ଦର୍ଶନ କରି ନିଜ ନିଜର ପରିବାର ର ମଙ୍ଗଳ କାମନା କରିଥିବା କହିଛନ୍ତି।
